କୁନ୍ଦୁଲି ଗଣବଳାତ୍କାର ଘଟଣା: ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

କଟକ ଅଫିସ,୨୩।୧୨: କୁନ୍ଦୁଲି ଗଣବଳାତ୍କାର ଓ ମୃତ୍ୟୁ ମାମଲାରେ ସୋମବାର ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଛି ଏସ୍‌ଆଇଟି। ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଉକ୍ତ ମାମଲାର ଅନ୍ତ ଘଟାଇବା ସହିତ ଟ୍ରାଏଲ କୋର୍ଟରେ ମଧ୍ୟ ଉକ୍ତ ରିପୋର୍ଟକୁ ଦାଖଲ କରିବାକୁ ଏସ୍‌ଆଇଟିକୁ ଆଦେଶ ଦେଇଛନ୍ତି। ସେହିପରି ଆବେଦନକାରୀଙ୍କର ଯଦି କିଛି ଆପତ୍ତି ଥାଏ ତେବେ ସେ ତଳକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ,କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବି କରି ମୃତା ପୀଡ଼ିତାଙ୍କ ମା’ ଓ ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସିବିଆଇ ତଦନ୍ତ ଦାବିକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହିତ ମାମଲାର ତଦନ୍ତ ନିମନ୍ତେ ଏସ୍‌ଆଇଟି ଗଠନ କରିଥିଲେ।