କୁନ୍ଦୁଲି ମାମଲା: କୋରାପୁଟରେ ପହଞ୍ଚିଲା ଏସଆଇଟି ଟିମ୍‌

କୋରାପୁଟ, ୨।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଟିମ୍‌ ସୋମବାର କୋରାପୁଟ୍‌ରେ ପହଞ୍ଚିଛନ୍ତି। ଏହି ଟିମ୍‌ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି କୁନ୍ଦୁଲି ପୀଡିତାର ମା’ ଦୋମାଇ ସାତି, ଭାଇ ଲକ୍ଷ୍ମଣ ଖରା ଏବଂ ଖୁଡିଙ୍କ ସହ ଘଟଣା ଉପରେ ଆଲୋଚନା କରିଛନ୍ତି। ୩ ଜଣିଆ ଏହି ଦଳରେ ଡିଆଜି କୋରାପୁଟ ସଫିକ୍‌ ଅହମ୍ମଦ, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ଉତ୍ତରାଞ୍ଜଳ ଡିଆଇଜି ହିମାଂଶୁ ଲାଲ ପ୍ରମୁଖ ରହିଛନ୍ତି। ଏହି ସମୟରେ କୁନ୍ଦୁଲି ମା’ କହିଛନ୍ତି, ମୋ ଝିଅ ତ ମରିଗଲା, ଯେମିତି ତଦନ୍ତ ହେବା କଥା ହେଲାନି। ଆମେ ସିବିଆଇ ତଦନ୍ତ ଦାବି କରିଥିଲୁ, କିନ୍ତୁ ତାହା ହେଲା ନାହିଁ। ଏବେ ମୁଁ ନ୍ୟାୟ ପାଇଁ ଚିନ୍ତା କରି କରି ମରିଯିବି ବୋଲି ସେ କହିଛନ୍ତି।

Share