କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ

କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ ହୋଇଥିଲା। ୮ଶହରୁ ଅଧିକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ସୁନ୍ଦରବଗିଚା ବୁଲିଦେଖିବାସହ ବିଦ୍ୟାଳୟର ପରିବେଶକୁ ଦେଖି ଆନନ୍ଦିତ ହୋଇଥିଲେ। ପରେ ଆୟୋଜିତ ବୈଠକରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ଯୋଗଦେଇ ଅଭିଭାବକମାନଙ୍କ ପ୍ରେରଣା ଯୋଗୁ ସବୁ କିଛି ସମ୍ଭବ ହେଉଛି ବୋଲି କହିଥିଲେ। ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ବିକାଶ ଅଧିକ କରିବାକୁ ବିଦ୍ୟାଳୟର ପରିବେଶକୁ ସୁନ୍ଦର କରାଯାଇଛି। ତା’ ସହିତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କର ଗୁରୁ ଦାୟିତ୍ୱ ରହିଥିବାବେଳେ ଅଭିଭାବିକା/ଅଭିଭାବକମାନଙ୍କର ମଧ୍ୟ ସହଯୋଗ ରହିଛି। ଛାତ୍ରୀଛାତ୍ର କିଭଳି ନିୟମିତ ଭାବେ ବିଦ୍ୟାଳୟ ଆସିବେ ସେଥିପ୍ରତି ମା’ବାପା ଯନତ୍ବାନ ହେବା ଆବଶ୍ୟକ ବୋଲି ପ୍ରଧାନଶିକ୍ଷକ ସାମଲ ଉପସ୍ଥିତ ଅଭିଭାବିକା/ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସଦାନନ୍ଦ ପଧାନ ଯୋଗ ଦେଇ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଅଭିଭାବିକା/ଅଭିଭାବକଙ୍କୁ ଧନ୍ୟବାଦ ଦେଇଥିଲେ। ଜାତି/ଜନଜାତିବହୁଳ ଅଞ୍ଚଳରେ ଗଢି ଉଠିଥିବା ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ଭଳି ମାତାପିତାମାନଙ୍କର ପୂର୍ଣ୍ଣ ସହଯୋଗ କାରଣରୁ ଛାତ୍ରୀଛାତ୍ର ପ୍ରତିବର୍ଷ ୩ୟ, ୫ମ ଏପରିକି ମାଟ୍ରିକ ପରୀକ୍ଷାରେ ଜିଲାରେ ଉତ୍ତମ ଫଳାଫଳ କରିଆସୁଛନ୍ତି ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ପଧାନ ବକ୍ତବ୍ୟରେ କହିଛନ୍ତି। ଏହି ଅବସରରେ ଛାତ୍ରୀଛାତ୍ରଙ୍କର ଷାଣ୍ମାସିକ ପରୀକ୍ଷା ଫଳ,ଏଲଇପି, ଉଜ୍ଜ୍ୱଳ, ଉତ୍‌ଥାନ କ୍ଲାସ ସମ୍ପର୍କରେ ଉପସ୍ଥିତ ଅଭିଭାବିକା/ଅଭିଭାବକଙ୍କ ସହ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଆଲୋଚନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉଦେଇ ଟପ୍ପୋ, ସିଆର୍‌ସିସି ଯାଗେଶ୍ୱର ରାଏଙ୍କ ସହ ଅନ୍ୟ ଶିକ୍ଷୟିତ୍ରୀ/ଶିକ୍ଷକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସମ୍ବଲପୁର,୨୨।୧୨(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ସୁବିସ୍ତୀର୍ଣ୍ଣ ଆର୍ଦ୍ରଭୂମିର ଅନୁକୂଳ ପରିବେଶ ପ୍ରତି ଆକର୍ଷିତ ହୋଇ ସୁଦୂର ୟୁରୋପ, ଆମେରିକା...

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଦ୍ୱିତୀୟ ଦିନରେ ଚଢାଉ ଜାରି

ସମ୍ବଲପୁର,୧୯ା୧୨(ପ୍ରମୋଦ ବହିଦାର): ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର ପ୍ରତିଷ୍ଠାତା ତଥା...

୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର...

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ସମ୍ବଲପୁର,୭।୧: ସମ୍ବଲପୁର ଜିଲା ରେଙ୍ଗାଲି ରମ୍ପେଲା ଛକ ନିକଟରେ ଶନିବାର ଏକ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୀବ କରାଳି ଆହତ ହୋଇଛନ୍ତି।...

କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା? ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଏସିଏଫ….

ସମ୍ବଲପୁର,୭।୧୨: ଏସିଏଫଙ୍କୁ ବାନ୍ଧିଲା ପୋଲିସ । ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍‌ ରେବତୀ ରମଣ ଯୋଶୀ । ତାଙ୍କୁ ଶନିବାର ଭିଜିଲାନ୍ସ...

ନିଶା ବଟିକା ଦେଇ ଯୁବତୀଙ୍କୁ ବଳାତ୍କାର କଲେ ବାବାଜୀ: ବାନ୍ଧିଲା ପୋଲିସ

ରେଢାଖୋଲ, ୬।୧୨(ଅଚ୍ୟୁତାନନ୍ଦ ପୁରୋହିତ):ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ବୈଷ୍ଣବଝୋଲି ଗ୍ରାମରେ ୬ ମାସ ହେଲା ମଠ କରି ରହୁଥିବା ଜଣେ ବାବାଜି ଜନୈକ ଯୁବତୀଙ୍କୁ ବଳାତ୍କାର...

କୋଲକାତାରୁ ସମ୍ବଲପୁରକୁ ଚାଲାଣ ହେଉଥିଲା କଫ୍‌ସିରପ୍‌: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୬ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନ ନିକଟ ଝାଙ୍କରପଡ଼ାରୁ କଫ୍‌ସିରପ୍‌ ଜବତ ହୋଇଛି। କୋଲକାତାରୁ ସମ୍ବଲପୁରକୁ ଏହା ଚାଲାଣ ହେଉଥିବାବେଳେ ପୋଲିସ...

ଭିଜିଲାନ୍ସ ଜାଲରେ ଫସିଲେ ଏସିଏଫ୍‌

ସମ୍ବଲପୁର,୬।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri