Categories: ଜାତୀୟ

କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ଭାଜପା

ବେଙ୍ଗାଲୁରୁ,୯।୭: କର୍ନାଟକରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ସଙ୍କଟରେ କର୍ନାଟକର ମେଣ୍ଟ ସରକାର। ତେବେ ସଂଖ୍ୟା ଗରିଷ୍ଠତାକୁ ନେଇ ଭାଜପା ପୂର୍ବରୁ ମେଣ୍ଟ ଶାସକକୁ ଟାର୍ଗେଟ କରିଥିବା ବେଳେ ଏବେ ଏହା ଜୋର ଧରିଛି। ମଙ୍ଗଳବାର ଭାଜପା କର୍ମୀମାନେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ଇସ୍ତଫା ଦାବି କରି ଧାରଣାରେ ବସିଛନ୍ତି। ଭାଜପା ଦାବି କରିଛି କୁମାରସ୍ବାମୀ ଇସ୍ତଫା ଦେବା ପରେ କର୍ନାଟକରେ ଭାଜପା ହିଁ ସରକାର ଗଠନ କରିବ।

Share