Categories: ଜାତୀୟ

କୁମାରସ୍ବାମୀଙ୍କ ଇସ୍ତଫା ଦାବିରେ ଧାରଣାରେ ବସିଲେ ୟେଦୁରପ୍ପା

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ ସେଠାକାର ରାଜନୀତି ସମ୍ପୂର୍ଣ୍ଣ ବଦଳି ଯାଇଛି। କଂଗ୍ରେସ-ଜେଡିଏସ ମେଣ୍ଟ ବଞ୍ଚାଇବା ପାଇଁ ଚାଲିଛି କସରତ। ଏପଟେ କର୍ନାଟକ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା। ବୁଧବାର ୯ଟାରୁ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ଇସ୍ତଫା ଦାବିରେ କିଛି ବିଧାୟକଙ୍କ ସହ ୟେଦୁରପ୍ପା ଧାରଣାରେ ବସିଛନ୍ତି। ବିଧାନସଭା ଅଧ୍ୟକ୍ଷ ଏବଂ ରାଜ୍ୟପାଳଙ୍କ ଭେଟି ନିଜ ଦାବି ଉପସ୍ଥାପନ କରିବେ ବୋଲି ୟେଦ୍‌ୁରପ୍ପା କହିଛନ୍ତି।

Share