Categories: ଜାତୀୟ

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ସମର୍ଥକଙ୍କ ସଂଖ୍ୟା ଶହେରୁ କମି ୯୮ ହେଲା

ବେଙ୍ଗାଲୁର୍‌,୧୮।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। କର୍ନାଟକ ବିଧାନସଭାରେ ୧୯ ଜଣ ସଦସ୍ୟ ଅନୁପସ୍ଥିତ ଥିବା କୁହାଯାଉଛି। ଫଳରେ ମୋଟ ୨୨୪ ଜଣ ସଦସ୍ୟ ୧୯ ଜଣଙ୍କୁ ବାଦ୍‌ ଦେଲେ ଗୃହର ସଦସ୍ୟ ସଂଖ୍ୟା ବାଚସ୍ପତିଙ୍କୁ ଛାଡ଼ି ୨୦୩ ରହିଛି। କୁମାରସ୍ବାମୀଙ୍କ ବହୁମତ ପାଇଁ ୧୦୧ ଜଣ ସଦସ୍ୟଙ୍କ ଆବଶ୍ୟକତା ରହିବ। ଏପରିସ୍ଥଳେ କୁମାରସ୍ବାମୀଙ୍କ ପାଖରେ ପୂର୍ବରୁ ଶହେ ଜଣ ସଦସ୍ୟ ରହିଥିବାବେଳେ ଏବେ ୯୮ ଜଣ ସଦସ୍ୟ ରହିଛନ୍ତିି। ଅପରପକ୍ଷରେ ବି.ଏସ୍‌. ୟେଦୁରପ୍ପାଙ୍କ ପାଖରେ ଆବଶ୍ୟକ ସଦସ୍ୟ ଥିବା କୁହାଯାଉଛି। ଏହାଦ୍ୱାରା ରାଜ୍ୟରେ ଭାଜପାକୁ ପୁଣି ସରକାର ଗଠନ ପାଇଁ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

Share