Categories: ଜାତୀୟ

କୁମାରୀତ୍ୱ ପରୀକ୍ଷା ପାଇଁ ମନା କରିବାରୁ ସମାଜରୁ ବାସନ୍ଦ ହେଲେ ଯୁବତୀ

ପୁଣେ, ୧୭।୫: ମହାରାଷ୍ଟ୍ରର ଥାନେ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ପୂର୍ବରୁ କୁମାରୀତ୍ୱ ପରୀକ୍ଷାକୁ କରିବାକୁ ବିରୋଧ କରିବାକୁ ଜଣେ ଯୁବତୀଙ୍କୁ ସମାଜରୁ ବାସନ୍ଦ ହେବାକୁ ପଡିଛି। ଫଳରେ ସେ ପୋଲିସର ସହାୟତା ପାଇଁ ଥାନାରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଅମ୍ବରନାଥ ନିବାସୀ ବିବେକ ଏବଂ ଐଶ୍ଚର୍ଯ୍ୟାଙ୍କୁ ଗତ ଏକ ବର୍ଷ ହେଲା ଏଭଳି ବହିଷ୍କାର ସାମ୍ନା କରିବାକୁ ପଡିଛି। ଐଶ୍ଚର୍ଯ୍ୟାଙ୍କୁ ବିବାହ ପୂର୍ବରୁ କଞ୍ଜରଭାଟ୍‌ ସମୁଦାୟର ଲୋକେ କୁମାରୀତ୍ୱ ପରୀକ୍ଷା କରିବାକୁ କହିଥିଲେ। କିନ୍ତୁ ସେ ଏହାର ବିରୋଧ କରିଥିଲେ। ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ସେ କଞ୍ଜରଭାଟ୍‌ ସମୁଦାୟର କିଛି ଯୁବକଙ୍କୁ ଏକାଠି କରି କୁମାରୀତ୍ୱ ପରୀକ୍ଷା ପ୍ରଥା ଉଠାଇବା ପାଇଁ ପ୍ରୟାସ କରିଥିଲେ। ଏବଂ ପରେ ନିୟମକୁ ବେଖାତିର କରି ବିବେକଙ୍କୁ ବିବାହ କରିଥିଲେ। କଞ୍ଜରଭାଟ୍‌ ସମୁଦାୟର ଲୋକେ ଉକ୍ତ ନବଦମ୍ପତ୍ତିଙ୍କୁ ଗାଁରୁ ବହିଷ୍କାର କରିଦେଇଥିଲେ। ସୂଚନାଯୋଗ୍ୟ, କଞ୍ଜରଭାଟ୍‌ ସମୁଦାୟ ଲୋକେ ବିବାହ ପୂର୍ବରୁ କୁମାରୀତ୍ୱ ପରି ପରୀକ୍ଷା କରାଯାଏ। କୌଣସି ମହିଳା ଏଥିରେ ଅସଫଳ ହେଲେ ତାଙ୍କ ପରିବାର ଉପରେ ଜରିମାନା ଲଗାଯାଏ।

Share