Categories: ଜାତୀୟ

କୁମାରୀତ୍ୱ ପରୀକ୍ଷା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ପରିବାରକୁ ବାସନ୍ଦ: ୪ ଗିରଫ

ମୁମ୍ବାଇ,୧୬।୫: ମହାରାଷ୍ଟ୍ର ଥାଣେ ଜିଲାରେ ବିବାହ ପୂର୍ବରୁ କନ୍ୟାଙ୍କ କୁମାରୀତ୍ୱ ପରୀକ୍ଷା ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଏକ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏହି ମାମଲାରେ ଅଭିଯୋଗ ଆଧାରରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏଠାରେ ବାସ କରୁଥିବା ବବେକ ତମାଇଚିକରଙ୍କ ପରିବାର ଗତ କିଛି ବର୍ଷ ଧରି ଏଭଳି ପରମ୍ପରାକୁ ବିରୋଧ ଜାରି ରଖିଛି। ତେବେ ପଞ୍ଚାୟତର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଲୋକେ ବିବେକଙ୍କ ବୁଢ଼ୀମାଙ୍କର ଅନ୍ତିମ ସଂସ୍କାରରେ ସାମିଲ୍‌ ହେବାକୁ ମନା କରିଥିଲେ। ଅପରପକ୍ଷରୁ ଲୋକେ ସେହି ଦିନ ଏଠାରେ ଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ସରକାର ଏହି ପରମ୍ପରାକୁ ଅପରାଧ ଭାବେ ଘୋଷଣା କରିଛନ୍ତି। ମାତ୍ର ଆଇନ କାନୁନ କେବଳ କାଗଜ ପତ୍ରରେ ଥିବା ଅଭିଯୋଗ ହେଉଛି। ଏନେଇ ରାଜ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ରଣଜୀତ୍‌ ପାଟିଲ୍‌ ଏହି ମାମଲାରେ ଦୋଷୀ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି।

Share