Advertisement

କୁମାୟୁନ୍‌ ସଂସ୍କୃତି ଉପରେ ୩୦୦ରୁ ଅଧିକ ଟିକ୍‌ଟକ୍‌ ଭିଡ଼ିଓ କରିଛନ୍ତି ଛାତ୍ରୀ: ୧୦ ଭିଡ଼ିଓକୁ ଦେଖା ସରିଲାଣି ୧ ନିୟୁତରୁ ଅଧିକ ଥର

ନୂଆଦିଲ୍ଲୀ,୪।୩: ଉତ୍ତରାଖଣ୍ଡ ପିଥୋରାଗଡ଼ର ନାପଡ଼ ଗାଁର ଜଣେ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରୀ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁମାୟୁନ୍‌ ସଂସ୍କୃତିର ୩୦୦ରୁ ଅଧିକ ଟିକ୍‌ଟକ୍‌ ଭିଡ଼ିଓ ଦେଖିବାକୁ ପ୍ରଶଂସକ ପସନ୍ଦ କରୁଛନ୍ତି। ଇତିମଧ୍ୟରେ ତାଙ୍କର ୧୦ଟି ଭିଡ଼ିଓକୁ ୧ନିୟୁତରୁ ଅଧିକ ଥର ମଧ୍ୟ ଦେଖା ସରିଛି। ତାଙ୍କର ଫଲୋଅର୍ସ ସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଛି। ଏହି ଛାତ୍ରୀ ଜଣକ ହେଉଛନ୍ତି ଭାବନା ଚୁଫାଲ୍‌। ଗୋଟିଏ ବର୍ଷ ତଳେ ସେ କୁମାୟୁନ୍‌ ସଂସ୍କୃତି ଉପରେ ଟିକ୍‌ଟକ୍‌ ଭିଡ଼ିଓ ତିଆରି କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ପରେ ଟିକ୍‌ଟକ୍‌ରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିଚାଲିଥିଲା। ଭାବନାଙ୍କ ପିତା ଗୋବିନ୍ଦ ଚୁଫାଲ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ମାତା ଗଙ୍ଗା ଦେବୀ ଜଣେ ଗୃହିଣୀ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଭାବନାଙ୍କୁ ସମ୍ପ୍ରତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍ତରାଖଣ୍ଡ ସଂସ୍କୃତି ଉପରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share