କୁମ୍ପି ଭାଙ୍ଗି କୋଭିଡ୍‌ ଫଣ୍ଡକୁ ଅର୍ଥଦାନ କଲେ ଛାତ୍ର

କବିସୂର୍ଯ୍ୟନର,୧୦ା୫(ଡି.ଏନ୍‌.ଏ.)- ବର୍ଷକର ପକେଟ ମନିକୁ ସପ୍ତମ ଶ୍ରେଣୀ ଛାତ୍ର ସାର୍ଥକ କୁମାର କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ଦାନ କରିଛନ୍ତି। ବାପା ମା’ ଦେଇଥିବା ପକେଟ ମନିକୁ ଖର୍ଚ୍ଚ ନ କରି ସେ କୁମ୍ପିରେ ସଞ୍ଚୟ କରି ରଖିଥିଲେ। ଉକ୍ତ ୨୧୦୧ ଟଙ୍କା ସେ ଦାନ କରିଛନ୍ତି। ସାର୍ଥକ ହାଇକୋର୍ଟ ଓକିଲ ପ୍ରଭାତ କୁମାର ସାମଲଙ୍କ ପୁତ୍ର।

Share