ପୁରୀ ଅଫିସ,୨୩ା୫: ଆଶ୍ୱସ୍ତ ହୋଇଛନ୍ତି କୁମ୍ଭାରପଡ଼ା ଥାନା କର୍ମଚାରୀ। ଜଣେ ଗିରଫ ଅଭିଯୁକ୍ତ କରୋନା ଆକ୍ରାନ୍ତ ଜଣାପଡ଼ିିବା ପରେ ଥାନା ଆଇଆଇସିଙ୍କଠାରୁ ଆରମ୍ଭ କରି ପ୍ରାୟ ୩୦ କର୍ମଚାରୀ କ୍ବାରାଣ୍ଟାଇନରେ ଥିଲେ। ପରେ ସମସ୍ତଙ୍କର କୋଭିଡ଼ ଟେଷ୍ଟ ଲାଗି ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଶୁକ୍ରବାର ଏସ୍ପି ଉମାଶଙ୍କର ଦାଶ କହିଛନ୍ତି। ସେହିପରି ସମ୍ପୃକ୍ତ କରୋନା ଆକ୍ରାନ୍ତ ଅଭିଯୁକ୍ତଙ୍କ ସଂସ୍ପଶର୍ର୍ରେ ଆସିଥିବା ସନ୍ଦେହରେ ପୁରୀ ଜେଲ୍ର ୫ ଜଣଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ରିପୋର୍ଟ ଆସିଛି। ସମସ୍ତଙ୍କର ନେଗେଟିଭ ଥିବାବେଳେ ଜଣଙ୍କର ରିପୋର୍ଟ ଆସି ନ ଥିବା ସୂଚନା ମିଳିଛି।