କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର

କେନ୍ଦ୍ରାପଡା ଅଫିସ, ୭।୧୦: କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥିତ ବିରୂପା ନଦୀ ପଠାରେ ରବିବାର କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ଏହି ବ୍ଲକ ଅନ୍ତର୍ଗତ ହାବଳି ଗ୍ରାମର ସର୍ବେଶ୍ୱର ଜେନା। କୁମ୍ଭୀର ଆକ୍ରମଣରେ ସର୍ବେଶ୍ୱରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସର୍ବେଶ୍ୱର ରବିବାର ଅପରାହ୍ନରେ ପଠାରେ ଗାଈ ଚରାଇ ନଦୀ ପାର ହେଉଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ପାଖରେ ଥିବା ଏକ ବାଡ଼ିରେ ସର୍ବେଶ୍ୱର ବାଡ଼େଇବାରୁ କୁମ୍ଭୀରଟି ତାଙ୍କୁ ଛାଡ଼ି ଦେଇଥିଲା। ଫଳରେ ସେ ଏକ ନିଶ୍ଚିତ ବିପଦ ମୁଖରୁ ବର୍ତ୍ତି ଯାଇଥିଲେ। ବିିରୂପା ନଦୀର ଏହି ସ୍ଥାନରେ ଦୀର୍ଘ ୪ ବର୍ଷ ହେବ ଏକ କୁମ୍ଭୀର ରହୁଥିତ୍ବା ନେଇ ସ୍ଥାନୀୟ ଲୋକେ ଅନେକବାର ଅଭିଯୋଗ କରିଆସୁଛନ୍ତି। ବହୁ ସମୟରେ ଛେଳି, ମେଣ୍ଢା ଓ ଗୋରୁ ଆଦି କୁମ୍ଭୀରର ଶିକାର ହେଉଛନ୍ତି। ତୁରନ୍ତ କୁମ୍ଭୀରକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି।

Share