ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପୁଣିଥରେ ଟାଗେର୍ଟ କରିଛି। ଏବେ କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି ଯେ, ବାହନ ବୀମା ଏବଂ ଜୀବନ ବୀମା ପ୍ରମିୟମ୍ ବୃଦ୍ଧି ପାଇଁ ମୋଦି ସରକାର ପ୍ରସ୍ତାବ ଦେଇଛନ୍ତି। ଏପରି କରି ମୋଦି ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦି ଗରିବଙ୍କ ପକେଟ ଖାଲି କରୁଛନ୍ତି। ତେବେ ସରକାର ବ୍ୟାଙ୍କରେ ଗରିବଙ୍କ ସଞ୍ଚିତ ଟଙ୍କାର ସୁରକ୍ଷା ଏବଂ ବୃଦ୍ଧି ପାଉଥିବା ଦରଦାମ ନିୟନ୍ତ୍ରଣ ଲାଗି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସରକାର ଦୁଇ ଚକିଆ ଏବଂ ଚାରି ଚକିଆ ବାହନର ଥାର୍ଡ ପାର୍ଟି ବୀମାର ପ୍ରମିୟମ ବଢ଼ାଇବା ପ୍ରସ୍ତାବରୁ ଓହରି ଆସିବା ଉଚିତ ବୋଲି ସେ କହିଛନ୍ତି।