କୁରୁଣ୍ଟା, ସାରୁଗାଁ, ସୁଣ୍ଢିରାରୁ ସ୍ବାବ ସଂଗ୍ରହ

ଖଇରା, ୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ବାଲେଶ୍ୱର ଓ ଖଇରା ମେଡିକାଲ ଟିମ୍‌ ତରଫରୁ ସ୍ବାବ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରାଯାଇଛି। କରୁଣ୍ଟା ପଞ୍ଚାୟତର ବାରିଙ୍ଗିଆ ଗ୍ରାମରୁ ବୁଧବାର ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୬୭ ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଛି। ସେହିଭଳି ସାରୁଗାଁ ସ୍କୁଲରେ ଚାଲିଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ୪୦ ଏବଂ ସୁଣ୍ଢିରା ସେଣ୍ଟରରୁ ୫୭ଜଣଙ୍କ ସ୍ବାବ ନମୁନା ପଠାଯାଇଛି। ଜିଲା ଡିଏମଇୟୁ ଅନୀଲ କୁମାର ମହାନ୍ତି ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ପ୍ରଭାକର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନମୁନା ସଂଗ୍ରହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।