କୁର୍କୁନପାଲିରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଷ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩ା୧୨-କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି ା ଫିରିଙ୍ଗିଆର କୁର୍କୁନପାଲି ଗ୍ରାମରେ ଅନୁଷ୍ଠିତ ଜିଲାସ୍ତରୀୟ ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲାପାଳ ଡା.ବୃନ୍ଦା ଡି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ଯୋଗଦେଇ ଉଦ୍‌ଘାଟନ କରିଥିଲେ ା ପ୍ରଥମେ ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଜଣେ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇ ଟିକାକରଣ କାର୍ଯ୍ୟ ଆରମ୍ଭ କରିଥିଲେ ା କୁର୍କୁନପାଲି ଅଙ୍ଗନୱାଡି କେନ୍ଦ୍ରରେ ମୋଟ ୫ ଶିଶୁ ଏବଂ ଜଣେ ଗର୍ଭବତୀଙ୍କୁ ଟିକାକରଣ କରାଯାଇଥିଲା ା
ଏହି ଅବସରରେ ଆୟୋଜିତ ସଭାରେ ବିଧାୟକ କହଁର, ଜିଲାପାଳ ଏବଂ ମେଡିକାଲ ଅଧିକାରୀ ପ୍ରମୁଖ ଯୋଗଦେଇ କେହି ଯେପରି ଟିକାକରଣରୁ ବାଦ୍‌ ପଡିବେ ନାହିଁ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଆଶା ଏବଂ ଅଙ୍ଗନୱାଡି କର୍ମୀ ଯତ୍ନବାନ ହୋଇ ଶିଶୁ, ଏବଂ ଗର୍ଭବତୀଙ୍କୁ ଟିକାକରଣ କରାଇବାକୁ କୁହାଯାଇଥିଲା। ପରେ ମିଶନ ଇନ୍ଦ୍ରଧନୁଷ ଉପରେ ନାଚଗୀତ ମାଧ୍ୟମରେ ସଚେତନ କରାଇଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ା ଜିଲାରେ ଏହି ଟିକାକରଣ କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ହେବ ା ମାସର ପ୍ରଥମ ସୋମବାରରୁ ୭ଟି କାର୍ଯ୍ୟ ଦିବସରେ ଟିକାକରଣ କାର୍ଯ୍ୟ ହେବ ା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ(ପରିବାର ମଙ୍ଗଳ) ପ୍ରସନ୍ନ କୁମାର ତ୍ରିପାଠୀ, ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ, ଜିଲା ପ୍ରୋଗ୍ରାମ ପରିଚାଳକ ମନୋରଞ୍ଜନ ସାହୁ, କେଳାପଡା ସରପଞ୍ଚ ପ୍ରେମଶୀଳା ଝାଙ୍କର, ସମିତି ସଭ୍ୟ ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା ଜିଲା ପ୍ରଜନନ ଓ ଶିଶୁ ଅଧିକାରୀ ଆଶିଷ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା ସୂଚନାଯୋଗ୍ୟ ମିଶନ ଇନ୍ଦ୍ରଧନୁଷ୍‌ରେ କନ୍ଧମାଳ ଜିଲାରେ ଟିକାକରଣ ପାଇଁ ୭୧୦ ଶିଶୁ ଏବଂ ୧୭୩ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି ା