କୁର୍ଦ୍ଦଙ୍କ ଉପରେ ତୁର୍କୀର ଆକ୍ରମଣ

ରାସ୍‌ ଅଲ୍‌-ଅଇନ୍‌,୧୦ା୧୦(ଏଫ୍‌ପି): ଉତ୍ତର ସିରିଆରେ ଥିବା କୁର୍ଦ୍ଦ ଆତଙ୍କବାଦୀମାନଙ୍କ ଆଡ୍ଡାସ୍ଥଳ ଉପରେ ତୁର୍କୀ ପକ୍ଷରୁ ବୁଧବାର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୀମାନ୍ତ ଅଞ୍ଚଳଗୁଡିକରେ ତୁର୍କୀ ସେନା ବୋମାମାଡ଼ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଏହି ଆକ୍ରମଣକୁ ‘ଅପରେଶନ ସିପ୍‌ ସ୍ପ୍ରିଙ୍ଗ୍‌’ ବୋଲି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ରାସ୍‌ ଅଲ୍‌ ଅଇନ ସୀମାନ୍ତ ଅଞ୍ଚଳରୁ ଧୂଆଁ ଉଠିବା ସହ ଆକାଶରେ ଯୁଦ୍ଧବିମାନଗୁଡିକ ପଇଁତରା ମାରୁଥିବାର ଦେଖାଯାଇଛି। ଦକ୍ଷିଣ ସୀମାରେ ଆତଙ୍କବାଦୀ କରିଡର ସୃଷ୍ଟି ହେବାକୁ ଦିଆଯିବ ନାହିଁ। ଉକ୍ତ ଅଞ୍ଚଳରେ ଶାନ୍ତି ସ୍ଥାପନ ଆମର ମିଶନ ବୋଲି ଏର୍ଡୋଗାନ ଲେଖିଛନ୍ତି। କୁର୍ଦ୍ଦ ଆତଙ୍କବାଦୀ ଏବଂ ଆଇଏସ୍‌ ସଂଗଠନକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି।

Share