Categories: ଜାତୀୟ

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଓ୍ବାନପୋରା,୩୦।୫: ଜମ୍ମୁ-କଶ୍ମୀର ଓ୍ବାନପୁରା ଅଞ୍ଚଳର କୁଲଗାମରେ ଶନିବାର ସୁରକ୍ଷାର୍କମୀଙ୍କୁ ବଡ ସଫଳତା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆର୍‌ପିଏଫ୍‌ର ମିଳିତ ସହଯୋଗରେ ହୋଇଥିବା ଅପରେଶନରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ କରାଯାଇଥିଲା। ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଏହାର ପାଲଟା ଆକ୍ରମଣରେ ସୁରକ୍ଷାର୍କମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପୂର୍ବରୁ ଗୁରୁବାର ମଧ୍ୟ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ପକ୍ଷରୁ ପୁଲଓ୍ବାମା ଭଳି ଆକ୍ରମଣ ଯୋଜନା କରିଥିଲେ ମଧ୍ୟ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହାକୁ ପଣ୍ଡ କରି ଦିଆଯାଇଥିଲା।

Share