କୁଲ୍‌ଟର ନାଇଲଙ୍କ ବିଶ୍ୱକପ୍‌ ରେକର୍ଡ

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ନାଥାନ କୁଲ୍‌ଟର ନାଇଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ବଲରୁ ୯୨ ରନ୍‌ର ଇନିଂସ ଖେଳିଥିଲେ। କ୍ୟାରିୟରର ଶ୍ରେଷ୍ଠ ଇନିଂସ ତାଙ୍କୁ ବିଶ୍ୱକପ୍‌ ରେକର୍ଡ ଆଣି ଦେଇଛି। ବିଶ୍ୱକପ୍‌ରେ ୮ମ କ୍ରମରେ ବ୍ୟାଟିଂ ଆସିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତାଙ୍କର ୯୨ ରନ୍‌ର ଇନିଂସ ସର୍ବାଧିକ ବୋଲି ଆଇସିସି ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ତେବେ ଅନ୍ତର୍ଜାତୀୟ କ୍ରିକେଟର ପରିଚାଳନା ସଂସ୍ଥା ପକ୍ଷରୁ ପୂର୍ବରୁ ୮ମ ସ୍ଥାନ କେତେ ରନ୍‌ ଇନିଂସ ସର୍ବାଧିକ ଥିଲା, ତାହା ସୂଚିତ କରାଯାଇ ନାହିଁ। କୁଲ୍‌ଟର ନାଇଲଙ୍କ ଇନିଂସ ଯୋଗୁ ଅଷ୍ଟ୍ରେଲିଆ ୧୫ ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଥିଲା। ଡିଫେଣ୍ଡିଂ ଚାମ୍ପିୟନ ଦଳ ୭୯ ରନ୍‌ ମଧ୍ୟରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିବାବେଳେ ସେ ବ୍ୟାଟିଂ ଆସିଥିଲେ। ସେ ୮ ଚୌକା ଓ ୪ ଛକା ବଳରେ ୯୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।

Share