କୁଳଭୂଷଣଙ୍କ ଉପରେ ଦିଆଯାଇଥିବା ରାୟକୁ ସ୍ବାଗତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ, ୧୮।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଏଥିରେ ରୋକ ଲଗାଇଛନ୍ତି। ଏହି ରାୟକୁ ସ୍ବାଗତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ସେ ଟୁଇଟ କରି କହିଛନ୍ତି, କୁଳଭୂଷଣ ଯାଦବଙ୍କ ଛାଡିବା କିମ୍ବା ଭାରତକୁ ହସ୍ତାନ୍ତର କରିବା ନେଇ କୋର୍ଟ କିଛି କହିନାହାନ୍ତି। ପାକିସ୍ତାନ ଆଗକୁ ନ୍ୟାୟ ଅନୁଯାୟୀ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତର ପୂର୍ବତନ ନୌସେନାଧିକାରୀ କୁଳଭୂଷଣଙ୍କୁ ଅପହରଣ କରି ପାକିସ୍ତାନ ନେଇଯାଇଥିବା ଭାରତ ଅଭିଯୋଗ କରିଥିବାବେଳେ ବେଲୁଚିସ୍ତାନରୁ ତାଙ୍କୁ ଗୁପ୍ତଚର କାର୍ଯ୍ୟ ଲାଗି ଗିରଫ କରାଯାଇଥିବା ପାକିସ୍ତାନ କହୁଛି। ଆତଙ୍କବାଦ ସହ ଯୋଡ଼ି ପାକ୍‌ ସେନା ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବାବେଳେ ଏନେଇ ଭାରତ ଆଇସିଜେରେ ଆବେଦନ କରିବାରୁ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଲାଗିଛି।

Share