କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି ଦିଆଯିବ ନାହିଁ କନସୁଲାର ଆକ୍ସେସ୍‌:ପାକିସ୍ତାନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ପୁଣି ଥରେ ପାକିସ୍ତାନ ତା’ର ପୂର୍ବପାଠର ଆଲୋଚନା କରିଛି। ପାକିସ୍ତାନ କହିଛି ସେ ଦ୍ୱିତୀୟ ଥର ଲାଗି କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଦେବ ନାହିଁ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଡ. ମହମ୍ମଦ ଫୈଶଲ ଏହା ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ(ଆଇସିଜେ) କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେପ୍ଟେମ୍ବର ୨ରେ ଡେପୁଟି ହାଇକମିଶନର ଗୌରବ ଆହଲୁଓ୍ବାଲିୟା କୁଳଭୂଷଣଙ୍କୁ ସାକ୍ଷାତ୍‌ କରିଥିଲେ। ହେଲେ ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇ ଭାରତ ବିରୋଧରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛି।

Share