Categories: ଜାତୀୟ

କୁଳଭୂଷଣ ଯାଦବ ମାମଲା: ଶୁକ୍ରବାର କନସୁଲାର ଆକ୍‌ସେସ୍‌

ଇସଲାମାବାଦ,୧।୮: ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣ ଯାଦବ ମାମଲାକୁ ନେଇ ଏବେ ଭାରତକୁ ସଫଳତା ମିଳିଛି ବୋଲି କୁହାଯାଉଛି। କାରଣ ଯାଦବଙ୍କୁ କନସୁଲାର ଆକ୍‌ସେସ୍‌ ବା ରାଷ୍ଟ୍ରଦୂତ ସଂକ୍ରାନ୍ତ ପ୍ରବେଶ ଲାଗି ଇସଲାମାବାଦ ସରକାର ରାଜି ହୋଇଛନ୍ତି। ଶୁକ୍ରବାର ଏହା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏ ସର୍ମ୍ପକରେ ଇସଲାମାବାଦରୁ ନୂଆଦିଲ୍ଲୀକୁ ସମସ୍ତ ତଥ୍ୟ ଦିଆଯାଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ। ଗତ ମାସରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ପାକିସ୍ତାନକୁ ତାଗିଦ କରାଯିବା ପରେ ପାକିସ୍ତାନ ଏବେ କନସୁଲାର ଆକ୍‌ସେସ୍‌ ପାଇଁ ରାଜି ହୋଇଛି । ଗତ ଜୁଲାଇ ୧୯ରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ କୂଳଭୂଷଣ ଯାଦବକୁ କନସୁଲାର ଆକ୍‌ସେସ୍‌ ପ୍ରଦାନ ପାଇଁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ଏହା ମିଳିଯିବା ପରେ ଏହା ଭାରତର ବଡ ସଫଳତା ବୋଲି କୁହାଯାଉଛି।

Share