Categories: ଖେଳ

କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ଉଦ୍‌ଯାପିତ: ହର୍ଷିତ ଚାମ୍ପିୟନ, ଶ୍ରୀୟାଂଶ ରନର୍ସଅପ୍‌

କଟକ ଅଫିସ,୪ା୯- ଷ୍ଟେଶନବଜାରସ୍ଥିତ ପୂର୍ବତଟ ରେଲଓ୍ବେ ପ୍ରତିଷ୍ଠାନରେ ଏସ୍‌୍‌ଆର୍‌ ଚେସ୍‌ ସେଣ୍ଟର ଦ୍ୱାରା ଆୟୋଜିତ ଦ୍ୱିତୀୟ କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ୮ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୭.୫ ପଏଣ୍ଟ ହାସଲ କରି ଚାମ୍ପିୟନ ହୋଇଛନ୍ତି କଟକ ଷ୍ଟିୱାର୍ଟ ସ୍କୁଲର ହର୍ଷିତ ରଞ୍ଜନ ସାହୁ। ଟ୍ରଫି ସମେତ ୫ହଜାର ଟଙ୍କାର ପୁରସ୍କାର ରାଶି ହର୍ଷିତଙ୍କୁ ପ୍ରଦାନ କରାଯାଇଛି ।
ପ୍ରତିଯୋଗିତାରେ ଶ୍ରୀୟଂଶ ଦାସ ଓ ପଲକ ମହାପାତ୍ର ୭ ପଏଣ୍ଟ ଲେଖାଏ ହାସଲ କରି ଯଥାକ୍ରମେ ରନର୍ସଅପ୍‌ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେମାନଙ୍କୁ ଟ୍ରଫି ସହ ଯଥାକ୍ରମେ ୩୦୦୦ ଓ ୨୦୦୦ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସତ୍ୟପ୍ରଞ୍ଜଳ ଇନ୍ଦ୍ରଜିତ, ଓମ ଆଦିତ୍ୟ ଖାଡଙ୍ଗା, ପ୍ରିୟାଂଶ ଦାସ, ଟୁର୍ନାମେଣ୍ଟ ଟପସିଡ ଖେଳାଳି ଜଗଦୀଶ ବାରିକ ଓ ପ୍ରତ୍ୟୁଷ ମହାପାତ୍ର ଯଥାକ୍ରମେ ୪ର୍ଥରୁ ୮ମ ସ୍ଥାନ ମଧ୍ୟରେ ରହିଥିଲେ । ଏହି ୫ଜଣ ୬.୫ ପଏଣ୍ଟ ଲେଖାଏ ହାସଲ କରିଛନ୍ତି । ୬ ପଏଣ୍ଟ ଲେଖାଏ ପାଇ ନିଖିଳ ସାହୁ ୯ମ ଓ ପ୍ରକୃତି ରାଉତ ୧୦ମ ସ୍ଥାନ ହାସଲ କରିଛନ୍ତି । ଶ୍ରେଷ୍ଠ ୧୦ଜଣ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ଭାବେ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରତିଯୋଗୀ ପୁରସ୍କୃତ ହୋଇଛନ୍ତି । ୫ବର୍ଷରୁ କମ୍‌ ବୟସ ବର୍ଗରେ ସାରାଂଶ ସାହୁଙ୍କ ସମେତ ୮ ଜଣ, ୬ବର୍ଷରୁ କମ୍‌ ବୟସ ବର୍ଗରେ ପ୍ରତୀକ କୁଶଳ ରାଉତଙ୍କ ସହ ୮ ଜଣ, ୭ବର୍ଷରୁ କମ୍‌ ବର୍ଗରେ ସ୍ବସ୍ତିକ ଶୁଭମ ପଟ୍ଟନାୟକଙ୍କ ସମେତ ୮ ଜଣ, ୮ବର୍ଷରୁ କମ ବର୍ଗରେ ବିଶ୍ୱପ୍ରୀତ ରାୟଙ୍କ ସହ ୮ ଜଣ, ୯ବର୍ଷରୁ କମ ବର୍ଗରେ ଶ୍ରୀୟଂଶ ଦେଙ୍କ ସହ ୮ ଜଣ, ୧୦ବର୍ଷରୁ କମ୍‌ ବର୍ଗରେ ବିକାଶ କୁମାର ଲେଙ୍କାଙ୍କ ସହ ୬ ଜଣ, ୧୧ବର୍ଷରୁ କମ ବର୍ଗରେ ସ୍ଥିତପ୍ରଜ୍ଞ ସାହୁଙ୍କ ସହ ୬ ଜଣ, ୧୨ବର୍ଷରୁ କମ ବର୍ଗରେ ସିଦ୍ଧାର୍ଥ ଭୂୟାଁଙ୍କ ସହ ୬ ଜଣ, ୧୩ବର୍ଷରୁ କମ ବର୍ଗରେ ସୌରଭ କରଙ୍କ ସହ ୬ ଜଣଙ୍କୁ ଟ୍ରଫି ଓ ପଦକ ଦିଆଯାଇ ସମ୍ମାନିତ କରାଯାଇଛି। ସିଦ୍ଧାର୍ଥ ମିଶ୍ରଙ୍କୁ ରେଲୱେର ଶ୍ରେଷ୍ଠ ଖେଳାଳି ଓ ଶ୍ରୀମୟ ରାୟଙ୍କୁ ଆକ୍‌ହିଲ୍ସ ପବ୍ଲିକ ସ୍କୁଲର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି । ଉଦ୍‌ଯାପନୀ ୍‌ଉତ୍ସବରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେଣ୍ଟରର ନିର୍ଦ୍ଦେଶକ ସତ୍ୟ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜନାରାୟଣ ତ୍ରିପାଠୀ, ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ, ବରିଷ୍ଠ କ୍ରୀଡ଼ା ଖବରଦାତା ସନାତନ ପାଣି, ଡ. ସୌମ୍ୟ ଦର୍ଶନ ନାୟକ, ଅଲ ଓଡ଼ିଶା ଚେସ ଆସୋସିଏଶନ ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

Share