ବାଲିଅନ୍ତା,୧୪ା୫(ଡି.ଏନ୍.ଏ.): ଲକଡାଉନ ସତ୍ତ୍ୱେ ସାମାଜିକ ଦୂରତ୍ୱକୁ ମାନି ବାଲିଅନ୍ତାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବୁଧବାର ଦ୍ୱିତୀୟ ଦିବସ ଥିବାବେଳେ କରୋନା କଟକଣା ପାଇଁ ହଂସପାଳ ଗ୍ରାମର ଆରାଧ୍ୟ ଠାକୁର ରାଧାମାଧବଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନୀୟ କୁଶଭଦ୍ରା ନଦୀଜଳରେ ଚାପ କ୍ରୀଡ଼ା କରାଯାଇଥିଲା। ନୌକା ବଦଳରେ ପିତ୍ତଳ କୁଣ୍ଡରେ ରାଧାମାଧବ ବିଗ୍ରହଙ୍କୁ ୩ ଘେରା ଭଉଁରି କରାଯାଇଥିଲା। ଲକଡାଉନ ଯୋଗୁ ଚଳିତବର୍ଷ ଯାତ୍ରା ପରିବେଷଣକୁ ବାଦ୍ ରଖାଯାଇଛି। ରାତି ପରିବର୍ତ୍ତେ ଅପରାହ୍ନ ୫ଟାରେ ଚାପକ୍ରୀଡ଼ା କରାଯାଇଥିଲା। ଶ୍ରୀ ନିକୁଞ୍ଜବିହାରୀ ମନ୍ଦିର ଟ୍ରଷ୍ଟି ବୋର୍ଡ ଓ ହଂସପାଳ ଗ୍ରାମବାସୀ ମିଳିତ ଭାବେ ଚନ୍ଦନଯାତ୍ରାଙ୍କୁ ପରିଚାଳନା କରୁଛନ୍ତି। ଏହି ଯାତ୍ରା ୫ ଦିନ ଧରି ଚାଲିବ।