କୁଶଭଦ୍ରାରେ ପ୍ରଥମ ବନ୍ୟାଜଳ ପ୍ରବାହିତ

ଗୋପ,୧୫।୮(ଡି.ଏନ୍‌.ଏ): ପୁରୀ ଜିଲାରେ ପ୍ରବାହିତ କୁଶଭଦ୍ରା ନଦୀରେ ପ୍ରଥମ ବନ୍ୟାଜଳ ଆସିଥିବାବେଳେ ଗୋପ ବ୍ଲକ ଅଞ୍ଚଳ ନଦୀ କୂଳିଆ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋପ କୁଶଭଦ୍ରା ନଦୀକୂଳରେ ପଡ଼ିଥିବା ମୀନାବଜାର ବନ୍ୟାଜଳରେ ଭାସି ଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ୧୫ ଦିନ ହେବ କୁଶଭଦ୍ରା ନଦୀକୂଳରେ ଏହି ମୀନାବଜାର ପଡ଼ିଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୀନାବଜାରକୁ ଲୋକେ ବୁଲି ଆସିବା ସହ ଦୋଳି ସହିତ ଅନ୍ୟାନ୍ୟ ଖେଳର ମଜା ନେଉଥିଲେ। ଏହି ମୀନାବଜାର ଖୋର୍ଦ୍ଧା ଅଞ୍ଚଳରୁ ଆସିଥିଲା। ବନ୍ୟାଜଳରେ ମୀନାବଜାରର କେତେକ ସାମଗ୍ରୀ ଭାସିଯାଇ ଥିବାବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି।