Categories: ମେଟ୍ରୋ

କୁଶଭଦ୍ରା ନଦୀରେ ବୁଡ଼ି ଜଣଙ୍କ ଜୀବନ ଗଲା

ଗୋପ,୩।୭(ଡି.ଏନ୍‌.ଏ.): କୁଶଭଦ୍ରା ନଦୀରେ ବୁଡ଼ି ବୁଧବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୀ ଜିଲା ଗୋପ ଥାନା ଅଧୀନ ବାଲିସାହି ଗ୍ରାମର କାଶୀନାଥ ବେହେରା (୬୦)।
ସୂଚନାଯୋଗ୍ୟ, କାଶୀନାଥ ସବୁ ଦିନ ଭଳି ମଇଁଷି ଚରାଇବା ଲାଗି କୁଶଭଦ୍ରା ନଦୀ ପାର ହୋଇ ଯାଉଥିଲେ। ଏହି ସମୟରେ ଅସାଧାନତା ହେତୁ ନଦୀ ପାଣିରେ ବୁଡ଼ି ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିବା ସହ ନଦୀରେ ବୁଡ଼ିଯାଇଥିବା ସନ୍ଦେହ କରି ନିକଟସ୍ଥ ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।
ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ଚାରିଛକ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି।

Share