କୁଶୁପଦାକୁ ଜଳଯନ୍ତ୍ରଣା

ଢେଙ୍କାନାଳ ଅଫିସ, ୨୭।୪- ‘ସକାଳୁ ଉଠିଲେ ସେହି ଗୋଟିଏ ଚିନ୍ତା, ଘରକୁ ପାଣି ଆସିବ କେମିତି। ଅନ୍ୟଦିନ କଥା ଅଲଗା, କିନ୍ତୁ ଖରାଦିନ ଆସିଲେ ଚଡ଼କ ପଡୁଛି। ମହିଳାମାନେ ଖଇଫୁଟା ଖରା, ଝାଞ୍ଜିମାଡ଼ ସହି ଦେଢ଼ କିଲୋମିଟର ଯାଇ ନାଳରୁ ପାଣି ଆଣୁଛନ୍ତି। ମଲେ କି ଗଲେ କିଏ ପଚାରିବାକୁ ନାହିଁ। ସମସ୍ତେ କହୁଛନ୍ତି ସମସ୍ୟା ସମାଧାନ କରିବେ, ହେଲେ କାହାରି ଦେଖାମିଳୁନି। ଖାଲି ଭାଗ୍ୟକୁ ନିନ୍ଦିବା କଥା’। ଏ ହେଉଛି ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୁଶୁପଦା ଗ୍ରାମର ମୂଳିଆ ଦେହୁରୀଙ୍କ ମନର କ୍ଷୋଭ। ସଦର ବ୍ଲକଠାରୁ ମାତ୍ର ୭କିମି ଦୂରରେ ଥିବା ଏହି ଗ୍ରାମର ଦୁଃଖ ଉପାନ୍ତ ଆଦିବାସୀ ଅଞ୍ଚଳକୁ ବଳିଯାଇଥିବାବେଳେ ଏହାର   ସମାଧାନ  କରିବାକୁ ପ୍ରଶାସନକୁ ନେହୁରା ହୋଇଛନ୍ତି ଗ୍ରାମବାସୀ।

କୁଶୁପଦା ସମେତ ଏହାର ସନ୍ନିକଟ କାଉଚି, କୋହ୍ଲ ସାହି ଗ୍ରାମବାସୀ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। ଅଞ୍ଚଳର ଲୋକସଂଖ୍ୟା ୧୦୦୦ରୁ ଊର୍ଦ୍ଧ୍ୱ। ଖରାଦିନ ଆସିଲେ କୂଅ ପୋଖରୀ ଶୁଖିଯାଉଛି।  ଗଁାଠାରୁ ଦେଢ଼ କିମି ଦୂରରେ ପ୍ରବାହିତ ନାଳପାଣି ପାନୀୟ ଜଳର ଏକମାତ୍ର ମାଧ୍ୟମ। ସେହିପରି ଗୋବିନ୍ଦପୁର ପଞ୍ଚାୟତରୁ ଗ୍ରାମକୁ ଯିବା ପାଇଁ ଏକ ସଂକୀର୍ଣ୍ଣ ନାଳ ପ୍ରତିବନ୍ଧକ ପାଲଟିଛି। ବର୍ଷାଦିନେ ଯାତାୟାତ ପାଇଁ ଗ୍ରାମବାସୀ ନାଳ ଉପରେ କାଠପୋଲ ତିଆରି କରିଥାନ୍ତି। ଉକ୍ତ କାଠପୋଲ ଦେଇ ବିପଦସଙ୍କୁଳ ଭାବେ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଥାଏ। ଜରୁରିକାଳୀନ ସମୟରେ ଗ୍ରାମକୁ ଆମ୍ବଲାନ୍ସ କିମ୍ବା ଦମକଳ ପହଞ୍ଚତ୍ ପାରେନାହିଁ। ବାରମ୍ବାର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନାଳ ଉପରେ ବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ ଆପ୍ରୋଚ୍‌ ରୋଡ ନିମନ୍ତେ ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ବ୍ରିଜ୍‌ କାମ ଅଟକି ରହିଛି। ଜିଲା ସଦରରୁ ମାତ୍ର ୭କିମି ଦୂର ଏବଂ ୫୫ନଂ. ଜାତୀୟ ରାଜପଥରୁ ୩କିମି ଦୂରରେ ଥିବା ସତ୍ତ୍ୱେ ଗ୍ରାମବାସୀ ଅଭିଶପ୍ତ ଜୀବନ ଜିଉଁଥିବା ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ଅତିରିକ୍ତ ବିଡିଓ ଝାଡେଶ୍ୱର ଦାସ କୁହନ୍ତି, ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ। ବ୍ରିଜ୍‌ ନିର୍ମାଣ କାମ ଆର୍‌ଡି ବିଭାଗ କରୁଛି। ଏ ନେଇ ରହିଥିବା ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ କହିପାରିବେ ବୋଲି ସେ କହିଥିଲେ। ଏ ନେଇ ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ବିଜୟାନନ୍ଦ ସାହୁ କୁହନ୍ତି, ଖରାଦିନେ ଯାହା ବିକଳ୍ପ ବ୍ୟବସ୍ଥା ହୋଇପାରିବ ସେ ନେଇ ଅନୁଧ୍ୟାନ କରାଯାଉଛି। ଖୁବ୍‌ଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂସ ଅଭିନେତାଙ୍କ ଅଡୁଆ ବଢ଼ିଲା, ମହାପ୍ରୟାଣ ଗାଡ଼ି ବାବଦ ଟଙ୍କା ନେବା ପଡ଼ିଲା ମହଙ୍ଗା

ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ମୃତକଙ୍କ ସମ୍ପକୀୟଙ୍କଠାରୁ ଟଙ୍କା ନେବା ଘଟଣା ବରଗଡ଼ ଜିଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ତଥା...

ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସୂଚନା...

ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌...

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri