Categories: ଜାତୀୟ

କୁଷକଙ୍କ ବିଜୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ,୧୯।୧୧: କେନ୍ଦ୍ର ସରକାର କୃଷି ଆଇନ ଶୁକ୍ରାବର ପ୍ରତ୍ୟାହାର କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହାକୁ କୃଷକଙ୍କ ବିଜୟ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଅନ୍ନଦାତାଙ୍କ ସତ୍ୟଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ କୃଷକମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ପ୍ରଣୀତ ତିନୋଟି କୃଷି ଆଇନ ଫେରାଇ ନେବା ପାଇଁ ଘୋଷଣା କରିଛନ୍ତି।
କୃଷି ଆଇନ ପ୍ରତ୍ୟାହାର ଘୋଷଣା ଉପରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ତିନୋଟି କୃଷି ଆଇନ ପ୍ରତ୍ୟାହାର କରିଥିବାରୁ କୃଷକମାନଙ୍କୁ ଅଭିନନ୍ଦନ ଜଣାଇ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ଦେଶର ଅନ୍ନଦାତାଙ୍କ ସତ୍ୟଗ୍ରାହ ଆଗରେ ମୁଣ୍ଡ ନୁଆଁଇଛି ଅହଙ୍କାର, ଅନ୍ୟାୟ ବିରୁଦ୍ଧରେ ଏହି ବିଜୟ ପାଇଁ କୃଷକଙ୍କୁ ଅଭିନନ୍ଦନ! ଜୟ ହିନ୍ଦ, ଜୟ ହିନ୍ଦର କୃଷକ!କଂଗ୍ରେସ ଏହି କୃଷି ଆଇନକୁ କ୍ରମାଗତ ଭାବରେ ବିରୋଧ କରିଆସୁଥିଲା।

Share