କୁସଂସ୍କାର ଦୂରୀକରଣ ଉପରେ ଗୁରୁତ୍ୱ

ମୁରିବାହାଲ,୨।୮(ଡି.ଏନ.ଏ.)- ବଲାଙ୍ଗୀର ଜିଲା ମୁରିବାହାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଗତ ୩୧ତାରିଖଠାରୁ ଆରମ୍ଭ ହୋଇଥିବା ସାମାଜିକ ଏବଂ ଆଧ୍ୟାତ୍ମିକ ସଚେତନା ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଧନ୍ଦାମୂଳକ ଶିକ୍ଷାର ଏକ ଅଂଶ ଭାବେ ପରିଚିତ ଆଧ୍ୟାତ୍ମିକ ସଚେତନା କର୍ମଶାଳା କେନ୍ଦ୍ରାପଡା ହରିହରନନ୍ଦ ମାତୃ ଆଶ୍ରମ ଦ୍ୱାରା ଆୟୋଜିତ ହୋଇଥିଲା। ଏଥିରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୦୦ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ପୀତବାସ ସାହୁ, ବିଜ୍ଞାନ ଶିକ୍ଷକ ରାଜକୁମାର ଭୋଇ ଓ ଓଷ୍ଟା ସଂଘ ଜିଲା ଉପସଭାପତି ପ୍ରଦୀପ ପୁଟେଲ ପ୍ରମୁଖ ଯୋଗଦେଇ ଶିବିରର ଉଦ୍‌ଘାଟନ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ହରିହରନନ୍ଦ ମାତୃ ଆଶ୍ରମର ସନ୍ୟାସିନୀ ସରଦାନନ୍ଦ ମା, ଜ୍ଞାନସ୍ବରୂପା ମା, ଗିରିଜାନନ୍ଦ ମା ଓ ବ୍ରହ୍ମଚାରିଣୀ ଝରଣା ମା ପ୍ରମୁଖ ଯୋଗଦେଇ ଉତ୍ତମ ଚରିତ୍ର ଗଠନ, କୁମାରୀର ପବିତ୍ରତା, ଯୋଗାସନ ଦ୍ୱାରା ଶରୀରର ବିକାଶ, ଭଗବତ ଗୀତା ପଠନ, ଆଧ୍ୟାତ୍ମିକ ଚିନ୍ତା, ସମାଜରେ କୁସଂସ୍କାର ଦୂରୀକରଣ ଉପରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଉଦ୍‌ଯାପନୀ ସମାରୋହରେ ଶିକ୍ଷୟିତ୍ରୀ ରଶ୍ମିଲତା ପାତ୍ର, ହେମାଙ୍ଗିନୀ ମେହେର, କିଶୋର ମହାନ୍ତି, ଆନନ୍ଦ ପ୍ରସାଦ ମୁଟକିଆ ପ୍ରମୁଖ ଉପସ୍ଥିତ ଥିଲେ ।