କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ

ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କୁସୁମୀ ବଦଳରେ ମହାନଦୀ ଜଳକୁ ବିଶୋଧନ କରାଯାଇ ଯୋଗାଣ ପାଇଁ ଦାବି ହେଉଛି। ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ଖଣ୍ଡପଡା ଦୁର୍ନୀତି ନିବାରଣ ସଂଘର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ା
ଯେ, ଖଣ୍ଡପଡା ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଖଣ୍ଡପଡା ସହରବାସୀଙ୍କ ନିମନ୍ତେ କୁସୁମୀ ନଦୀର ପ୍ରଦୂଷିତ ଗୋଳିଆ ପାଣିକୁ ଯୋଗାଉଛନ୍ତି ା ଅପରପକ୍ଷେ କଣ୍ଟିଲୋ ମହାନଦୀ ଘାଟରୁ ପାଇପ ଲାଇନ ଯୋଗେ ଜଳ ସଂଗ୍ରହ କରାଯାଇ ନୟାଗଡ ସହରାଞ୍ଚଳକୁ ଖଣ୍ଡପଡାଠାରେ ବିଶୋଧନ କରାଯାଇ ବିଶୁଦ୍ଧ ପାଣି ଯୋଗାଯାଉଛି ା ମାତ୍ର ଏ ସୁବିଧାରୁ ଖଣ୍ଡପଡାବାସୀ ବଞ୍ଚତ୍ତ ରହୁଛନ୍ତି ା ଫଳରେ ଖଣ୍ଡପଡା ସହରବାସୀ ଜଳ ବଦଳରେ ଜହର ପିଉଥିବା ଅଭିଯୋଗ ହେଉଛି ା ଏ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପ୍ରତିକାର ନିମନ୍ତେ ଦାବି କରି ଆସୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ଦୁର୍ନୀତି ନିବାରଣ ସଂଘର ସଦସ୍ୟମାନେ ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ, ନୟାଗଡ ଜିଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା ଏପରିକି ଆସନ୍ତା ୭ ଦିନ ମଧ୍ୟରେ ପାଇପ ଲାଇନ ଯୋଗେ ମହାନଦୀର ଜଳ ଖଣ୍ଡପଡା ସହରବାସୀଙ୍କୁ ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ଦୁର୍ନୀତି ନିବାରଣ ସଂଘର ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କୁ ପଚାରିବାରୁ ଖଣ୍ଡପଡା ସହରବାସୀଙ୍କ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖା ଦେଇଛି ବୋଲି ସେ ସ୍ବୀକାର କରିଥିଲେ ା ତେବେ ଖୁବ ଶୀଘ୍ର ସମସ୍ୟାର ସମାଧାନ ଦିଗରେ ଦୃଷ୍ଟିି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ା