ନୂଆଦିଲ୍ଲୀ, ୧୫।୮ (ପି.ଟି.)- ପ୍ରଥମ ଭାରତୀୟ ଭାବେ ୧୮ ବର୍ଷ ପରେ କୁସ୍ତିଯୋଦ୍ଧା ଦୀପକ ପୁନିଆ ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ୍ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଇସ୍ତୋନିଆର ତାଲିନ୍ନଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦୀପକ ରୁଷିଆର ଆଲିକ ଶେଜୁଖୋଭଙ୍କୁ ପରାସ୍ତ କରି ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ୮୬ କିଗ୍ରା ପୁରୁଷ ଫ୍ରିଷ୍ଟାଇଲର ଏହି ମୁକାବିଲା ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ୨-୨ରେ ବରାବର୍ ରହିଥିଲା। ତେବେ ଅନ୍ତିମ ପଏଣ୍ଟ ଦୀପକ ହାସଲ କରିଥିବାରୁ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା। ୧୮ ବର୍ଷ ତଳେ ଶେଷ ଭାରତୀୟ କୁସ୍ତିଯୋଦ୍ଧା ଭାବେ ଉଭୟ ରମେଶ କୁମାର ଓ ପଲବିନ୍ଦର ସିଂ ଚିମା ବିଶ୍ୱ ଚାମ୍ବିୟନ ଟାଇଟଲ୍ ଅର୍ଜନ କରିଥିଲେ। ୨୦୦୧ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍ରେ ରମେଶ କୁମାର (୬୯ କିଗ୍ରା) ଓ ପଲବିନ୍ଦର (୧୩୦ କିଗ୍ରା) ପୋଡିୟମର ଶୀର୍ଷରେ ରହି ଏହି ସଫଳତା ପାଇଥିଲେ।