କୁହୁଡ଼ି ଯୋଗୁ ସମୁଦ୍ରରେ ଫସିରହିଥିବା ଲଞ୍ଚ ଉଦ୍ଧାର

ରାଜନଗର,୧୭।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଫେରିଘାଟରୁ ଚାନ୍ଦବାଲି ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ ଘନ କୁହୁଡ଼ି ଯୋଗୁ ମଝି ସମୁଦ୍ରରେ ଫସିରହିଥିଲା। ଖବର ପାଇ ଧାମରା ସାମୁଦ୍ରିକ ଥାନାର କର୍ମଚାରୀ ଏବଂ ଏକ ସ୍ପିଡ୍‌ ବୋଟ ଉଦ୍ଧାର କରିବା ପାଇଁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ କୁହୁଡ଼ି ଛାଡିବା ପରେ ଲଞ୍ଚ ଯାତ୍ରୀମାନଙ୍କୁ ନେଇ ଧାମରା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଲଞ୍ଚରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ସୂଚନାଯୋଗ୍ୟ, ଏମ୍‌ଏଲ୍‌-ଗଙ୍ଗା ନାମକ ଏକ ଲଞ୍ଚ ଯାତ୍ରୀମାନଙ୍କୁ ନେଇ ଶୁକ୍ରବାର ସକାଳ ୬ଟା ୧୫ମି.ରୁ ତାଳଚୁଆ ଫେରିଘାଟରୁ ଯାତ୍ରା ଆରମ୍ଭ କରିଥିଲା। ପାଖାପାଖି ୩ ଘଣ୍ଟା ହେବ ସମୁଦ୍ର ମଝିିରେ ଫସିଯାଇଥିଲା । ଉକ୍ତ ଲଞ୍ଚରେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ରହିଥିଲେ। ଲଞ୍ଚ ଜିପିଆର୍‌ଏସ୍‌ ଖରାପ ଥିବାରୁ ଯୋଗାଯୋଗ ହୋଇପାରୁ ନ ଥିଲା।

Share