କୁହୁଡି ହେଲା କାଳ: ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ, ୪ ଆହତ

ଭଦ୍ରକ ଅଫିସ, ୧୨।୨: କୁହୁଡି ଯୋଗୁ ଆମ୍ବୁଲାନ୍ସକୁ ପଛରୁ ପିଟିଛି ଆଉ ଏକ ଆମ୍ବୁଲାନ୍ସ। ଏଥିରେ ଦୁଇ ଜଣ ରୋଗୀଙ୍କ ସହ ୪ଜଣ ଆହତ ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥନ୍‌ର ଭଦ୍ରକ ଡାହାଣୀଗଢିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ୨ ଜଣ ପାରାଲିସିସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଆସୁଥିଲା। ଡାହାଣୀଗଢିଆ ଛକ ନିକଟରେ ଏକ ଟ୍ରଲର ସାଇଡ ମାରିବାରୁ ଆଗରେ ଯାଉଥିବା ଆମ୍ବୁଲାନ୍ସକୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଭଦ୍ରକ ଟାଉନ ପୋଲିସ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି।

Share