କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍ତକ ଜଣକ ହେଲେ ମାନପୁର ଗ୍ରାମର ଲକ୍ଷ୍ମଣ ନାଏକ(୫୫)।
ସୂଚନାଯୋଗ୍ୟ, ଲକ୍ଷ୍ମଣ ବୁଧବାରଠାରୁ ନିଖୋଜ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ଗ୍ରାମବାସୀ ଗ୍ରାମର ଏକ କୂଅରେ ତାଙ୍କ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ତେବେ ଆଜି ସକାଳେ ପୋଲିସ ଗ୍ରାମରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।