କୂଅରୁ ମିଳିଲା କଟାମୁଣ୍ଡ: ମୃତଦେହ ଉଦ୍ଧାର, ତଦନ୍ତ ଜାରି

କଣିହାଁ,୨୮।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହା ବ୍ଲକ ରେଙ୍ଗାଳି ଗ୍ରାମ ବାଲିପଶି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ସାହିର ଦୁର୍ଯ୍ୟୋଧନ ତୁଙ୍ଗ(୪୨)ଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ କାଟି ବୁଧବାର ବିଳମ୍ବିତ ରାତିରେ ତାଙ୍କ ବାଡ଼ିପଟରେ ଥିବା କୂଅରେ ପକାଇ ଦେଇଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ଗୁରୁବାର ଘଟଣାସ୍ଥଳରେ ରେଙ୍ଗାଳି ଡ୍ୟାମ ପୋଲିସ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଜାରିରଖିଛି।