କୂଅରେ ପଡି ବୃଦ୍ଧା ମୃତ

ପାଟଣା,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ପାତ୍ରସାହିରେ ମଙ୍ଗଳବାର ରାତିରେ ଜଣେ ୭୦ ବର୍ଷୀୟା ବୃଦ୍ଧା କୂଅରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସୁବାସ ପାତ୍ର ଓରଫ ବୁଇ ପାତ୍ର। ପରେ ତାଙ୍କ ମୃତ୍ୟୁକୁ ନେଇ ତୁରୁମୁଙ୍ଗା ପୋଲିସ ୧୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।