Categories: ଜାତୀୟ

କୂଟନୀତି ନୁହେଁ ମୂକନୀତି: ୪୪ ଦିନ ଧରି ଭାରତ-ଚାଇନା ବିବାଦ ନେଇ ମୋଦି-ଜୟଶଙ୍କର ନୀରବ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ସୀମାରେ ଗଲଓ୍ବାନ ଘାଟିରେ ଥିବା ପଏଣ୍ଟ ୧୪ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମେ ୫ଠାରୁ ଦୁଇପକ୍ଷଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନୀରବତା ଅବଲମ୍ବନ କରୁଛନ୍ତି। ଇତିମଧ୍ୟରେ ୪୪ ଦିନ ବିତି ଯାଇଥିଲେ ବି ପ୍ରଧାନମନ୍ତ୍ରୀ ମୋଦି ଅବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ କେହି ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି। ସେମାନଙ୍କ ନୀରବତାକୁ ବିରୋଧୀ ଦଳ ପକ୍ଷରୁ କୂଟନୀତି ନୁହେଁ ମୂକନୀତି ବୋଲି କୁହାଯାଉଛି। ଜୟଶଙ୍କର ମେ ୫ଠାରୁ ୭୫ରୁ ଅଧିକ ଥର ଟୁଇଟ୍‌ କରିଛନ୍ତି। କିନ୍ତୁ କେବେ ମଧ୍ୟ ଭାରତ ଚାଇନା ମଧ୍ୟରେ ବୃଦ୍ଧି ପାଉଥିବା ସୀମା ବିବାଦ ଉପରେ କୌଣସି କଥା ଉଲ୍ଲେଖ କରି ନାହାଁନ୍ତି। ଏନେଇ ବହିର୍ବ୍ୟାପାର ବିଶେଷଜ୍ଞ ହର୍ଷ ବି. ପନ୍ତ କହିଛନ୍ତି ଯେ, ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଏଭଳି ବହୁଥର ଘଟିଛି। ସେ ନୀରବ ରହିଛନ୍ତି। କିନ୍ତୁ ଡୋକଲାମ ପ୍ରସଙ୍ଗରେ ତତ୍‌କାଳୀନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସଂସଦରେ ସୂଚନା ଦେଇଥିଲେ ବୋଲି ସେ କହିଛନ୍ତି।

Share