କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା ବିୟର, ପରିସ୍ରା, କ୍ଷୀର, ପଶୁ ରକ୍ତ ଏବଂ ଅଫିମ ଦ୍ୱାରା ରକ୍ତ ବଦଳାଇବାକୁ ଚିନ୍ତା କରିବା ଆରମ୍ଭ କଲେ। ପୂର୍ବରୁ ପର୍‌ଫ୍ଲୋରୋକାର୍ବନ ନାମକ ଏକ ପଦାର୍ଥ ଯାହାକି ରେଫ୍ରିଜରେଣ୍ଟ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରରେ ବ୍ୟବହୃତ ହୁଏ, କୃତ୍ରିମ ରକ୍ତ ହିସାବରେ ବ୍ୟବହାର କରିବାକୁ ଚେଷ୍ଟା କରାଯାଇଥିଲା। ସର୍ଜିକାଲ ବ୍ୟବହାର ପାଇଁ ୧୯୮୯ରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଡିଏ) ଦ୍ୱାରା ଏହିପରି ଏକ ବିକଳ୍ପ ଅନୁମୋଦିତ ହୋଇଥିଲା। ହେଲେ ଏହାର ଉତ୍ପାଦନରେ ଜଡ଼ିତ ଜଟିଳତା ଏବଂ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହାର ପ୍ରତ୍ୟାହାର କରାଯାଇଥିଲା। ରକ୍ତ ଅନୁକରଣ କରିବା ଏକ ଚ୍ୟାଲେଞ୍ଜ, କାରଣ ଏହା ମୁକ୍ତ ଅଣୁ ଏବଂ କୋଷଗୁଡ଼ିକର ଏକ ଜଟିଳ ମିଶ୍ରଣ।
ଅଧାରୁ ଅଧିକ ରକ୍ତ ପ୍ଲାଜମା, ପ୍ରୋଟିନ, ଜଳ ଏବଂ ରାସାୟନିକ ଲବଣକୁ ନେଇ ଏକ ହଳଦିଆ ରଙ୍ଗର ତରଳ ତତ୍ତ୍ୱ ଗଠିତ। ଅବଶିଷ୍ଟ ଅଂଶରେ ସେଲ୍ୟୁଲାର୍‌ ଉପାଦାନଗୁଡ଼ିକ ରହିଥାଏ ଯଥା, ପ୍ଲେଟ୍‌ଲେଟ୍‌, ଧଳା ରକ୍ତକଣିକା ଏବଂ ଲାଲ ରକ୍ତକଣିକା। ପ୍ଲେଟ୍‌ଲେଟ୍‌ କ୍ଷତଗୁଡ଼ିକ ଜମାଟ ବାନ୍ଧିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧଳା ରକ୍ତକଣିକା ସଂକ୍ରମଣ ସହିତ ଲଢ଼େଇ କରିବାରେ ସାହାଯ୍ୟ କରେ ଏବଂ ହିମୋଗ୍ଲୋବିନ ଧାରଣ କରିଥିବା ଲାଲ୍‌ ରକ୍ତକଣିକା ରକ୍ତକୁ ଏହାର ଲାଲ୍‌ ରଙ୍ଗ ଦେଇଥାଏ ଏବଂ ଅମ୍ଳଜାନ ପରିବହନ କରିଥାଏ। ଏକ ଲାଲ୍‌ ରକ୍ତକଣିକା ଭିତରେ ପ୍ରାୟ ୨୬୦ ନିୟୁତ ହିମୋଗ୍ଲୋବିନ ଅଣୁ ଅଛି। ହିମୋଗ୍ଲୋବିନ ହେଉଛି ଏକ ଗ୍ଲୋବୁଲାର ପ୍ରୋଟିନ୍‌। ଏହା ଏକ ଜଟିଳ ଅଣୁ, ଯାହା ଟିସୁ ଏବଂ ରକ୍ତବାହୀ ପାଇଁ ବିଷାକ୍ତ ହୋଇପାରେ, କାରଣ ଏହା ଅମ୍ଳଜାନ ବହନ କରିଥାଏ, ଯାହା ନିଜେ ଏକ ଅକ୍ସିଡାଇଜ ଏଜେଣ୍ଟ ଅଟେ ଏବଂ ଠିକ୍‌ ଭାବରେ ପରିଚାଳିତ ନ ହେଲେ କ୍ଷତି ଘଟାଇପାରେ (ବାୟୁ ସଂସ୍ପର୍ଶରେ ଆସିବା ସମୟରେ କଟା ଆପଲ ଖଣ୍ଡ ବାଦାମୀ ହୋଇଯାଏ)। ତେଣୁ କୃତ୍ରିମ ରକ୍ତ ବଦଳାଇବାରେ ପ୍ରାଥମିକ ଆହ୍ବାନ ହେଉଛି ହିମୋଗ୍ଲୋବିନର ଅମ୍ଳଜାନ ବହନ କ୍ଷମତାକୁ ନକଲ କରିବା। ବୈଜ୍ଞାନିକମାନେ ଏହି ଅନୁକରଣ କରୁଥିବା ଅଣୁଗୁଡ଼ିକୁ ହିମୋଗ୍ଲୋବିନ ଆଧାରିତ ଅମ୍ଳଜାନ ବାହକ (ଏଚ୍‌ବିଓସି) ଭାବରେ ସୂଚିତ କରନ୍ତି। ଏହାକୁ ଫଳପ୍ରଦ ଭାବରେ ଅନୁକରଣ କରିବା ପାଇଁ ଏହି ଅଣୁଗୁଡ଼ିକ ଏକ ବାହ୍ୟ ଖୋଳ ଆବଶ୍ୟକ କରନ୍ତି, ଯାହା ରକ୍ତବାହୀ ଏବଂ ଟିସୁକୁ ସୁରକ୍ଷା ଦେଇଥାଏ।
ଆଜି ପର୍ଯ୍ୟନ୍ତ ସବୁଠାରୁ ସଫଳ ଖୋଳବିହୀନ ଏଚ୍‌ବିଓସି ହେଉଛି ହେମୋପିଓର୍‌, ଯାହାକି ୧୯୯୦ ଦଶକରେ ବିକଶିତ ହୋଇଥିଲା। ଏହା ଗାଈର ଲାଲ୍‌ ରକ୍ତକଣିକାରୁ ଉତ୍ପନ୍ନ। ଏଥିପାଇଁ ଗାଈର ଲାଲ୍‌ ରକ୍ତକଣିକାରୁ ହିମୋଗ୍ଲୋବିନ ବାହାର କରାଯାଏ, ପାଥୋଜେନ ଅପସାରଣ ପାଇଁ ଶୁଦ୍ଧ କରାଯାଏ ଏବଂ ଟେଟ୍ରାମର୍‌ ରାସାୟନିକ ଭାବରେ ବନ୍ଧା ହୁଏ। ୨୦୦୧ ମସିହାରୁ ଆଫ୍ରିକାରେ ମାନବ ବ୍ୟବହାର ପାଇଁ ହେମୋପିଓର୍‌କୁ ଅନୁମୋଦନ କରାଯାଇଛି, ବିଶେଷତଃ ଯେଉଁଠାରେ ଏଚ୍‌ଆଇଭି / ଏଡ୍‌ସ ପରି ଅବସ୍ଥା ହେତୁ ପାରମ୍ପରିକ ରକ୍ତଦାନ ଅଧିକ ବିପଦ ସୃଷ୍ଟି କରିଥାଏ। ଧାର୍ମିକ କାରଣରୁ ରକ୍ତଦାନକୁ ମନା କରୁଥିବା କିମ୍ବା ବାରମ୍ବାର ଟ୍ରାନ୍ସଫ୍ୟୁଜନରେ ପ୍ରତିକ୍ରିୟା କରୁଥିବା ରୋଗୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ହୋଇଛି। (କ୍ରମଶଃ…)

ଡ. ସ୍ନିଗ୍ଧା ପଣ୍ଡା
-କଲ୍ୟାଣୀ, ନଦିଆ, ପଶ୍ଚିମବଙ୍ଗ
ମୋ: ୮୨୪୦୫୦୬୬୦୫


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri