Categories: ଜାତୀୟ

କୃଷକଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ,୬ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରଙ୍କ ନୂଆ କୃଷି ଆଇନକୁ ନେଇ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ସରକାର କୃଷକଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଯେଉଁମାନେ ତାଙ୍କର ଅଧିକାର ପାଇଁ ଲଢୁଛନ୍ତି । ସରକାର ସେହିମାନଙ୍କ ପାଇଁ ସୀମାରେ କଣ୍ଟା ପୋତିଛି ଯେଉଁମାନଙ୍କ ପୁଅ ସୀମାରେ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ହିନ୍ଦୀରେ ଟୁଇଟ୍ କରି ରାହୁଲ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗତ ମାସରେ ଦିଲ୍ଲୀ ପୋଲିସ ଗାଜିପୁର(ଦିଲ୍ଲୀ-ଉତ୍ତର ପ୍ରଦେଶ) ସୀମା ଓ ଟିକ୍ରି(ଦିଲ୍ଲୀ-ହରିୟାଣା) ସୀମାରେ ବାରିକେଡ, ସିମେଣ୍ଟ ବାରିକେଡ କରି ଆନ୍ଦୋଳନରତ କୃଷକଙ୍କ ଯାଆ ଆସରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା ।

Share