କୃଷକଙ୍କ ସମସ୍ୟା ନେଇ ଦାବିପତ୍ର

ରେମୁଣା,୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ତହସିଲଦାରଙ୍କ ଜରିଆରେ ବୁଧବାର ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍‌ ପକ୍ଷରୁ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ତଥା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ହେଲା କୃଷକ ସମସ୍ୟା ପ୍ରତି ଅବହେଳା ଓ ରିଲିଫ୍‌ ପ୍ରଦାନରେ କୃଷକ ବିରୋଧୀ ପଦକ୍ଷେପ ଘୋଷଣା ଉପରେ ଓଡ଼ିଶା କୃଷକ ସଭା ରେମୁଣା ବ୍ଲକ କମିଟି ତରଫରୁ କୃଷକମାନଙ୍କୁ ଋଣରୁ ମୁକ୍ତି, ନୂତନ ସୁଧ ମୁକ୍ତ ଋଣ ପ୍ରଦାନ, ତାଲାବନ୍ଦ ସମୟରେ ସମସ୍ତ ବିଦ୍ୟୁତ ବିଲ, ପାଣି ବିଲ, ଜଳକର ଛାଡ଼ କରିବା, ସମସ୍ତ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, କୃଷକ ବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ ସମସ୍ତ ନିଷ୍ପତ୍ତି ନିର୍ଦ୍ଦେଶାବଳୀ ଏବଂ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା, ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ସମସ୍ତ ଚାଷୀଙ୍କଠାରୁ ସରକାରୀ ଦରରେ ଧାନ କ୍ରୟ, ଆୟକର ଦେଉ ନ ଥିବା ସମସ୍ତ ପରିବାରକୁ ୭୫୦୦ ଟଙ୍କା ୩ମାସ ପର୍ଯ୍ୟନ୍ତ ଦିଆଯିବା ଇତ୍ୟାଦି। ଏଥିରେ ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍‌ର ରାଜ୍ୟଉପସଭାପତି ନିର୍ମଳ ନାୟକ, ଜିଲାସଭାପତି ପ୍ରେମ ରଞ୍ଜନ ପାତ୍ର, ଓଡ଼ିଶା କୃଷକ ସଭା ବାଲେଶ୍ୱର ଜିଲା କମିଟି ପ୍ରଶନ୍ନ ଷଡ଼ଙ୍ଗୀ, ରେମୁଣା ବ୍ଲକ ସଭାପତି ଷ୍ଟାଲିନ ମିଶ୍ର, ଚାଷୀ ନେତା ପ୍ରଭାକର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।