କୃଷକ,ଶ୍ରମିକ ଦେଶର ମେରୁଦଣ୍ଡ: ସେମାନେ ଆତ୍ମନିର୍ଭର ଭାରତର ମୂଳଦୁଆ, କହିଲେ ନକ୍‌ଭୀ

ନୂଆଦିଲ୍ଲୀ,୧୬।୫: କୃଷକ ଏବଂ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ସେମାନଙ୍କ ଉପରେ ଆତ୍ମନିର୍ଭର ଭାରତର ମୂଳଦୁଆ ତିଷ୍ଠି ରହିଛି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଅବାସ୍‌ ନକ୍‌ଭୀ ଶନିବାର କହିଛନ୍ତି। କୃଷକ ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କରୋନା ମହାମାରୀ ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଏକ୍ଷେତ୍ରରେ ବିହାର ଏବଂ ଉତ୍ତରପ୍ରଦେଶ ସରକାର ଭଲ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଅନ୍ୟ ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Share