Categories: ଜାତୀୟ

କୃଷକ ଆନ୍ଦୋଳନ: ପଞ୍ଜାବରେ ୧୫୦ରୁ ଅଧିକ ଟେଲିକମ୍‌ ଟାଓ୍ବାରରେ ଭଙ୍ଗାରୁଜା

ଚଣ୍ଡିଗଡ଼,୨୭।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅନୁରୋଧ ରଖିଲେ ନାହିଁ ଆନ୍ଦୋଳନରତ କୃଷକ। ପଞ୍ଜାବରେ ରାତାରାତି ୧୫୦ରୁ ଅଧିକ ସିଗ୍‌ନାଲ ଟ୍ରାନ୍ସମିଟିଂ ଟାଓ୍ବାର ଭାଙ୍ଗି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି।

ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ଲାଭ ଦେବା ପାଇଁ କେନ୍ଦ୍ର ସରକାର ଜାଣିଶୁଣି ନୂଆ କୃଷି ଆଇନକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ କରୁଛନ୍ତି ଚାଷୀମାନେ। ଏଣୁ ଚାଷୀମାନେ ରିଲାଏନ୍ସ ଜିଓ ଟାୱାରରେ ଭଙ୍ଗାରୁଜା କରୁଛନ୍ତି। ଶନିବାରଠାରୁ ଏପର୍ଯ୍ୟନ୍ତ ୧୫୧ଟି ଟଓ୍ବାରରେ ଭଙ୍ଗରୁଜା କରାଯାଇଥିବା ସୂଚନା। ଫଳରେ ରାଜ୍ୟରେ କାର୍ଯ୍ୟକ୍ଷମ ଅବସ୍ଥାରେ ନ ଥିବା ଟେଲିକମ ଟାଓ୍ବାର ସଂଖ୍ୟା ୧,୩୩୮ରେ ପହଞ୍ଚିଛି। ଏହି ଆକ୍ରମଣ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଟେଲିକମ୍‌ ସେବା ବାଧାପ୍ରାପ୍ତ ହୋଇଛି। ଆଇନ ଗତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଅପରେଟରମାନେ ସେବା ଯୋଗାଇବା ଲାଗି ସଂଘର୍ଷ କରୁଛନ୍ତି।

ସାଧାରଣ ଜନତାଙ୍କୁ ଅସୁବିଧାରେ ନ ପକେଇବା ଓ ହିଂସାରୁ ଦୂରେଇ ରହିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଆନ୍ଦୋଳନରତ କୃଷକଙ୍କୁ ନିବେଦନ କରିଥିଲେ।

Share