କୃଷିଋଣ ଛାଡ, ପ୍ରବାସୀଙ୍କୁ ସହାୟତା ଦାବି

ଖଇରା,୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ସିପିଏମ ଆଞ୍ଚଳିକ କମିଟି ତରଫରୁ କରୋନା ଓ ବାତ୍ୟା ଅମ୍ପନରେ କ୍ଷତିଗ୍ରସ୍ତ ପାଇଁ ୭ଦଫା ଦାବି ନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପ୍ରଦାନ କରାଯାଇଛି। କରୋନାରେ ଲକଡାଉନ ଯୋଗୁ ବାହାର ରାଜ୍ୟରେ ଫସିରହିଥିବା ଏବଂ ରାସ୍ତାରେ ବୁଢା ମା’ ବାପାଙ୍କୁ ଧରି ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାର ବ୍ୟବସ୍ଥା, ବିନା ରାଶନ କାର୍ଡଧାରୀଙ୍କୁ ଖାଉଟି ସାମଗ୍ରୀ, ସମସ୍ତ ପ୍ରକାର କୃଷିଋଣଛାଡ, ଟ୍ୟାକ୍ସ ଦେଉ ନ ଥିବା ପରିବାରକୁ ମାସିକ ୭,୫୦୦ ଟଙ୍କା ଲେଖାଏ ଭତ୍ତା ପ୍ରଦାନ, ୧୫ଦିନ ମଧ୍ୟରେ ବାତ୍ୟା କ୍ଷତିଗ୍ରସ୍ତଙ୍କ କ୍ଷତି ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ଆଦି ଲାଗି ଦାବିପତ୍ରରେ କୁହାଯାଇଛି । ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଭଗବାନ ଦାସ, ବସନ୍ତ କୁମାର ମାଝୀ, ବଳରାମ ସାହୁ, କାହ୍ନୁଚରଣ ଖିଲାର ପ୍ରମୁଖ ବିଡିଓଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।