କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ: ୪ ବର୍ଷରେ ୪୦୧.୬ କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ବୁଧବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଉଦ୍ୟାନ କୃଷି, ଫଳଚାଷ ଓ ଫଳ ବଗିଚା ନିମନ୍ତେ ଚାରା ରୋପଣ, ବିଭିନ୍ନ ଯୋଜନାରେ ଜଳସେଚନର ସୁବିଧା, ଛେଳି ଏବଂ ବାଡ଼ି ଅଗଣା କୁକୁଡ଼ା ଚାଷ ନିମନ୍ତେ ଘର ନିର୍ମାଣ, କୃଷି ଉଦ୍ୟୋଗୀ ସୃଷ୍ଟି କରିବା ସହିତ କ୍ଷୁଦ୍ର, ନାମମାତ୍ର ଓ ମହିଳା ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୈଠକରେ ବିଶଦ୍‌ ଭାବରେ ଆଲୋଚନା କରାଯାଇଥିଲା। ଢିପ ଜମି ଥିବା ରାଜ୍ୟର ଜନଜାତି ବହୁଳ ଜିଲାରେ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଥିବାବେଳେ ଏହାର ସଫଳତା ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଥିଲେ। ଏଥିସହିତ ଜନଜାତି ବହୁଳ ଅଞ୍ଚଳର କୃଷି ଉଦ୍ୟୋଗୀମାନଙ୍କ ନିମନ୍ତେ ଏହା ଏକ ମଡେଲ୍‌ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ, ଏହି ପ୍ରକଳ୍ପରେ ଉନ୍ନତ ଜ୍ଞାନକୌଶଳର ଉପଯୋଗ ଦ୍ବାରା ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନେ ବହୁଳ ଭାବେ ଉପକୃତ ହୋଇପାରିବେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭାରତ ରୁରାଲ୍‌ ଲାଇଭ୍‌ଲିହୁଡ୍‌ ଫାଉଣ୍ଡେଶନ୍‌’ ଓ ‘ପ୍ରଦାନ’ର ମିଳିତ ସହଯୋଗରେ ରାଜ୍ୟର ଜନଜାତି ବହୁଳ ୧୨ ଜିଲାର ୪୦ ବ୍ଲକ୍‌ରେ ଏହି କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଆଗାମୀ ୪ ବର୍ଷରେ ୪୦୧.୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ଦ୍ବାରା ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ଦ୍ବିଗୁଣିତ ହୋଇପାରିବ। ଏହି ଯୋଜନାରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ। ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବ। ଏହି ଯୋଜନା ଅନ୍ତର୍ଗତ ୪୦ ପ୍ରତିଶତ ଜମିରେ ବିନା କୀଟନାଶକରେ ଫସଲ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ୪୦ ହଜାର ଚାଷୀ ପରିବାରମାନଙ୍କ ଆୟ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି, ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଜୀବିକା ନିର୍ବାହ ନିମନ୍ତେ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ବଗିଚା, ୭୦ ହଜାର ଏକର ଜମିରେ କୃଷି ଯନ୍ତ୍ରପାତି ବ୍ୟବହାରର ସୁବିଧା ଯୋଗାଇଦେବା ସହିତ ଛେଳି, ମେଣ୍ଢା ଓ ବାଡ଼ଇଗଣା କୁକୁଡ଼ା ଚାଷ ନିମନ୍ତେ ପ୍ରାୟ ୩୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ଯୋଜନାରେ ସଂଶ୍ଳିଷ୍ଟ କରାଯାଉଛି। ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ପାଇଁ ଯାଉଥିଲେ, କେନ୍ଦୁଘାଟିରେ ଓଲଟି ପଡ଼ିଲା ଟ୍ରାଭଲର୍‌; ଚାଲିଗଲା ଜଣଙ୍କର ଜୀବନ, ୧୧ ଆହତ

ଗଜପତି,୧୭।୧୧ (ଗିରିଧାରୀ ପରିଛା) – ପିକ୍‌ନିକ୍‌ ଯିବା ହେଲା କାଳ। ପୁଣି ଗଜପତି ଜିଲା ମୋହନା କେନ୍ଦୁଘାଟିରେ ରବିବାର ଦୁର୍ଘଟଣା ଘଟିଛି। ଟ୍ରାଭଲର ଭ୍ୟାନ୍‌ ଓଲଟି...

ଥରାଇବ ଜାଡ, ୨୦ ଡିଗ୍ରୀ ତଳେ ୩୦ ସହର

ଭୁବନେଶ୍ୱର,୧୭ା୧୧(ଅନୁରାଧା ମହାରଣା): ଗତ ୨ଦିନ ହେବ ପାରଦ ତଳମୁହଁା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଶନିବାର ପାରଳାଖେମୁଣ୍ଡିରେ...

ଭାରତୀୟ ବିଶ୍ୱବିଦ୍ୟାଳୟରେ ୭୧% ନାମଲେଖାରୁ ବଞ୍ଚିତ

ହାଇଦ୍ରାବାଦ/ଭୁବନେଶ୍ୱର(ବନ୍ଦନା ସେଠୀ),୧୭ା୧୧: ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅବଶିଷ୍ଟ ୭୧% ଛାତ୍ରୀଛାତ୍ର ଭାରତୀୟ ୟୁନିଭର୍ସିଟିରେ ପାଠପଢ଼ାର ସୁଯୋଗ ପାଉନାହାନ୍ତି ବୋଲି ନୀତି...

ପୁଞ୍ଜିନିବେଶକାରୀଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା: ମୋହନ

ଭୁବନେଶ୍ୱର,୧୭ା୧୧(ଅନିଲ ଦାସ): ବିଦେଶରୁ ଓଡ଼ିଶାକୁ ଆସିବ ନିବେଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ ଦେବେ।...

ଦାଣ୍ଡ ମଝିରେ ଯୁବକଙ୍କୁ ଗୁଳି, କାନ୍ଧରେ ବାଜି…

ନବରଙ୍ଗପୁର/ଝରିଗାଁ,୧୬ା୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡ଼ା ଗାଁର ଡମନା ଭତରା(୩୦)ଙ୍କୁ ସେହିଗାଁର କପୁର ଭତରା ଦେଶୀ ବନ୍ଧୁକରେ ଗୁଳି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢୁଛି ଚୋରି, ରୋଗୀଙ୍କୁ ଲୁଟୁଛନ୍ତି…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟ ପରିସରରୁ ରୋଗୀ ତଥା ରୋଗୀ ସମ୍ପର୍କୀୟଙ୍କ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। ଫଳରେ ଏହାକୁ ନେଇ ଅସନ୍ତୋଷ...

୪ ବର୍ଷ ପରେ ଆସିଲା ରାୟ: ଦୋଷୀଙ୍କୁ ମିଳିଲା ୧୦ ବର୍ଷ ଜେଲ୍‌ଦଣ୍ଡ

ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ୨୦୨୧ ଡିସେମ୍ବର ୨୧ତାରିଖରେ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ସେକ୍ଟର-୨୧ ସ’ ମିଲ୍‌ ଛକରେ ୨ଜଣ ଯୁବତୀଙ୍କୁ ଅଶାଳୀନ ଭାଷାରେ କମେଣ୍ଟମରାକୁ ବିରୋଧ କରିବାରୁ...

ସ୍କୁଲରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଧକ୍କାଦେଲା ପୋଲିସ ଗାଡ଼ି, ଆଉ ତା’ ପରେ…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜେଲରୋଡ୍‌ ରାସ୍ତାରେ ଶନିବାର ଅପରାହ୍ନରେ ଏକ ପୋଲିସ ଗାଡ଼ି ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri