Categories: ଜାତୀୟ

କୃଷି ଋଣ ଛାଡ଼ ଘୋଷଣା କଲେ ଉଦ୍ଧବ

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ। ଏଥିପାଇଁ ସରକାର ସିଧାସଳଖ ବ୍ୟାଙ୍କରେ ଟଙ୍କା ଜମା କରିବେ। ଏହାକୁ ନେଇ ବିରୋଧୀ ଦାବି କରିଛି ଯେ ୨ ଲକ୍ଷ ନୁହେଁ କୃଷକଙ୍କ ସମସ୍ତ ଋଣ ଛାଡ କରାଯାଉ। କାରଣ ଏମିତି ହେଲେ ସରକାର କୃଷକଙ୍କୁ ଦେଇଥିବା କଥା ରକ୍ଷା କରି ପାରିବେ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି।

Share