କୃଷି ଓ କୃଷକକୁ ମୁକ୍ତ କର

ନଟବର ଖୁଣ୍ଟିଆ

କରୋନା ଭୂତାଣୁ ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ବରରେ ଜନ୍ମନେଇ ଆଜି ସାରା ବିଶ୍ୱରେ ତା’ର କାୟାବିସ୍ତାର କରି ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି ।
ଚାଇନାଠାରୁ ଆରମ୍ଭ କରି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ପରି ସମସ୍ତ ବିତ୍ତଶାଳୀ ଦେଶ କରୋନା ନିକଟରେ ପରାହତ। ଉପରୋକ୍ତ ବିଶ୍ୱ ସ୍ଥିତିକୁ ବିଚାର କଲେ ଭାରତ ପରି ଏକ ବିକାଶଶୀଳ ଦେଶବାସୀଙ୍କ ମନରେ ନିରାଶା ଓ ଆଶଙ୍କା ସୃଷ୍ଟି ହେବା ସ୍ବାଭାବିକ। ଅନ୍ୟ ଅର୍ଥରେ କହିବାକୁ ଗଲେ ‘ଶିଳ ଶିଳପୁଆ ଗଗନେ ଉଡୁଛି, ସିମିଳିତୁଳା କହୁଛି ମତେରଖ।’ ଆମର ଲୋକ ସଂଖ୍ୟା ଚାଇନା ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ। ୧୩୦ କୋଟି ଲୋକଙ୍କୁ ଆଧୁନିକ ଚିକିତ୍ସା ପ୍ରଣାଳୀରେ କରୋନାଠାରୁ ବର୍ତ୍ତାଇ ରଖିବା ନିଶ୍ଚିତ ଭାବେ କାଠିକର ପାଠ। କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ ନା ପ୍ରତିଷେଧକ ଟିକା ମଧ୍ୟ ବାହାରି ନାହିଁ। ଗୋଟିଏ ଶ୍ରେଷ୍ଠ ଉପାୟ ହେଲା ଯେହେତୁ କରୋନା ଏକ ସଂକ୍ରାମକ ରୋଗ-ଜଣଙ୍କଠାରୁ ଅନ୍ୟ ଜଣଙ୍କ ଶରୀରରେ ପ୍ରବେଶ ନ କରାଇଦେବା ପାଇଁ ସମସ୍ତ ଉପାୟ ଅବଲମ୍ବନ କରିବା, ଯାହାକୁ ଏବେ ଲୋକପ୍ରିୟ ଭାବରେ କୁହାଯାଉଛି ପରସ୍ପରଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିବା। ଏହା ଏକ ସହଜ ସାଧ୍ୟ କଥା ନୁହେଁ, କିନ୍ତୁ ଏହାଠାରୁ ଆମ ପାଇଁ ଆଉ ସୁବିଧାଜନକ ବିକଳ୍ପ ନାହିଁ।
ଲକ୍‌ଡାଉନ୍‌ରେ ଗମନାଗମନ ରେଳ ପରିବହନ ସେବାଠାରୁ ଆରମ୍ଭ କରି ସ୍ଥଳପଥରେ ବସ୍‌ସେବା, ଆକାଶ ପଥରେ ଉଡ଼ାଜାହାଜ ସେବା ବନ୍ଦ କରିଦିଆଯାଇଛି। ହାଟ ବଜାରକୁ ନିୟନ୍ତ୍ରିତ ଭାବରେ ଖୋଲାଯାଇ ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖି ପରିଚାଳନା କରାଯାଉଛି। ଅନେକ ଶିଳ୍ପକୁ ବନ୍ଦ କରି ଦିଆଯାଇଛି। ଡାକ୍ତରୀସେବା, ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ସେବା ଓ ପରିଚାଳନା ପାଇଁ ଉଚ୍ଚ ପ୍ରଶାସନିକ ସେବାକୁ ଚାଲୁ ରଖାଯାଇଛି। ଏହା ଫଳରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ହ୍ରାସ ପାଇଛି। ଖଟିଖିଆ, ଦିନ ମଜୁରିଆମାନେ ମଜୁରି ପାଉନାହାନ୍ତି। ସେମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ମାସକୁ ମାଗଣାରେ ୫ କିଲୋ ମୁଣ୍ଡପିଛା ଖାଦ୍ୟଶସ୍ୟ ଓ ଏକ କିଲୋ ଖାଇବା ତେଲ ପରିବାର ପିଛା ଦେବାର ବ୍ୟବସ୍ଥା ହୋଇଛି। ଧନ ଜନ ଯୋଜନା ମାଧ୍ୟମରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଖୋଲା ହୋଇଥିଲା- ମହିଳାମାନଙ୍କ ନାମରେ ଯେଉଁସବୁ ଆକାଉଣ୍ଟ ଥିଲା ସେଥିରେ ୫୦୦ ଟଙ୍କା କରି ଜମା କରାଯାଇଛି ସରକାରଙ୍କ ପକ୍ଷରୁ। ପିଏମ୍‌ କିଷାନ ଯୋଜନା ମାଧ୍ୟମରେ ଚିହ୍ନିତ ଚାଷୀମାନଙ୍କୁ ୨ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଦେବାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ରାଜ୍ୟ ସରକାର ମଧ୍ୟ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସାହାଯ୍ୟ ଦେବା ଆରମ୍ଭ କଲେଣି। ଏସବୁ ସତ୍ତ୍ୱେ ସମସ୍ତ ଗରିବ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚତ୍ ପାରୁନାହିଁ। ସମସ୍ତ ଗରିବ ଲୋକଙ୍କର ପଡିକାର୍ଡ ନାହିଁ ନା ଜନଧନ ଆକାଉଣ୍ଟ ନାହିଁ ଅବା ସମସ୍ତ ନିର୍ମାଣ ଶ୍ରମିକମାନେ ସେମାନଙ୍କ ନାମ ପଞ୍ଜୀକରଣ କରିନାହାନ୍ତି। ଅନେକ ଗରିବ ଲୋକ ସାହାଯ୍ୟରୁ ବଞ୍ଚତ୍ତ ହୋଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଆମ ଅର୍ଥନୀତି ଠପ୍‌ ହେବାକୁ ବସିଲାଣି। ଆଇଏମ୍‌ଏଫ୍‌ କହିଲାଣି, ଭାରତର ଅଭିବୃଦ୍ଧି ମାତ୍ର ୧.୯ ପ୍ରତିଶତ ହେବ। କିନ୍ତୁ ଯାହା ପରିସ୍ଥିତି ସୃଷ୍ଟି ହେଲାଣି ସେହି ୧.୯ ପ୍ରତିଶତ ଅଭିବୃଦ୍ଧି ଆହୁରି ତଳକୁ ଖସିବା ବିଚିତ୍ର କଥା ନୁହେଁ।
ସମସ୍ତେ ଅନୁଭବ କରୁଛନ୍ତି, ଅର୍ଥନୀତି ତୁଳନାରେ ଜୀବନ ଆଗ- ତେଣୁ ଜୀବନ ରକ୍ଷା କରିବା ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ ବୋଲି ଅନେକେ ଏହାକୁ ସମର୍ଥନ କରୁଛନ୍ତି। ମଣିଷ ବଞ୍ଚତ୍ ରହିଲେ ପୁନଶ୍ଚ ଅର୍ଥନୀତିକୁ ସଜାଡ଼ିନେବ ବୋଲି ଆଶା କରୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, କେତେଦିନ ଲକ୍‌ଡାଉନ୍‌ ମଧ୍ୟରେ ଗୃହବନ୍ଦୀ ହୋଇ ରହି ଅପେକ୍ଷା କରିବା। କେବେ କରୋନା ଭୂତାଣୁ ଦୂରେଇଯିବ। ବଞ୍ଚତ୍ ରହିବା ପାଇଁ ମଣିଷର ବିଭିନ୍ନ ସର୍ବନିମ୍ନ ଆବଶ୍ୟକତା ମଧ୍ୟରୁ ଖାଦ୍ୟ ହେଲା ସର୍ବପ୍ରଥମ। ଖାଦ୍ୟ ବିନା ମଣିଷ ବଞ୍ଚତ୍ପାରିବ ନାହିଁ। ଖାଦ୍ୟ ଅଭାବ ପଡ଼ିଲେ ମଣିଷ କିପରି ପୋକମାଛି ପରି ମୃତ୍ୟୁବରଣ କରେ ତାହା ୧୮୬୬ର ନଅଙ୍କ ଦୁର୍ଭିକ୍ଷର ଚିତ୍ରକୁ ସ୍ମରଣ କଲେ ଲୋମ ଟାଙ୍କୁରି ଉଠେ। ଭାରତ ପରି ବିପୁଳ ସଂଖ୍ୟା ଥିବା ଦେଶ ବିଦେଶରୁ ଖାଦ୍ୟ ଆମଦାନୀ କରି ତା’ର ଦେଶବାସୀଙ୍କୁ ଖାଦ୍ୟ ଯୋଗାଇ ପାରିବ ନାହିଁ। କରୋନା ଯୋଗୁ ସାରା ବିଶ୍ୱରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ପ୍ରତ୍ୟେକ ଦେଶରେ ଖାଦ୍ୟ ଉତ୍ପାଦନ ହ୍ରାସ ପାଇବ। କେତେକ ବିଶ୍ୱ ସଂଗଠନ ଓ ବିଶେଷଜ୍ଞ କହିଲେଣି କରୋନାର ପ୍ରଭାବ ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଖାଦ୍ୟାଭାବ ପରି ଏପରି କ୍ଷୁଧା ସୃଷ୍ଟି କରିବ ଯେ, କେତେକ ଦେଶରେ ଲୋକେ ଖାଇବାକୁ ନ ପାଇ ମୃତ୍ୟୁବରଣ କରିବେ। ତେଣୁ କରୋନାର ପ୍ରାଦୁର୍ଭାବ ମଧ୍ୟରେ ଆମକୁ ଖାଦ୍ୟ ଉତ୍ପାଦନ କରିବାକୁ ହେବ। ଆଜି ଆମ ଖାଦ୍ୟ ଭଣ୍ଡାରରେ ଖାଦ୍ୟ ସାଇତା ହୋଇଥିବାରୁ ସରକାର ସାଙ୍ଗେ ସାଙ୍ଗେ ମୁଣ୍ଡପିଛା ୫ କିଲୋ କରି ଖାଦ୍ୟଶସ୍ୟ ପଡିକାର୍ଡଧାରୀମାନଙ୍କୁ ଦେଇଦେଲେ। ଲକ୍‌ଡାଉନ୍‌ ଯୋଗୁ ଖାଦ୍ୟଶସ୍ୟ ଅମଳ ଓ ଉତ୍ପାଦନ ପ୍ରକ୍ରିୟାକୁ ବାଧାଦେଲେ ଆଗାମୀ ଦିନରେ ଖାଦ୍ୟ ସମସ୍ୟା ସୃଷ୍ଟି ହେବା ଅନିବାର୍ଯ୍ୟ। କୃଷି ଉତ୍ପାଦନ ଋତୁ ଅନୁସାରେ ହୁଏ। ଆମ ଦେଶରେ ଖାଦ୍ୟ ଶସ୍ୟର ଉତ୍ପାଦନ ମୁଖ୍ୟତଃ ଖରିଫ୍‌ ଋତୁରେ ହୁଏ। ବର୍ତ୍ତମାନ ରବି ଋତୁର ଫସଲ ଅମଳ ସମୟ ଓ ଖରିଫ୍‌ ଋତୁରେ ଚାଷ କରିବା ପାଇଁ ପ୍ରସ୍ତୁତ ହେବାର ସମୟ। ଏବେ ଚାଷୀ ତା’ କ୍ଷେତକୁ ନ ଗଲେ ଚାଷୀକୁଳ କେବଳ ଭାସିଯିବ ନାହିଁ, ଦେଶରେ ଖାଦ୍ୟଶସ୍ୟର ଅଭାବ ପଡିବାର ଆଶଙ୍କା ବୃଦ୍ଧି ପାଇବ। ଅର୍ଥାତ୍‌ କିଛି ପରିମାଣରେ ବିପଦକୁ ବରଣ କରି ଆମକୁ କୃଷି କାର୍ଯ୍ୟକୁ ଚଳାଇ ରଖିବାକୁ ହେବ। ସୁତରାଂ ସୀମିତ ପରିମାଣରେ ଲକ୍‌ଡାଉନ୍‌କୁ କୋହଳ କରି ଚାଷୀ ଯେପରି ରବି ଫସଲ ଅମଳ କରି ବିକ୍ରି କରିପାରିବ ଏବଂ ଆଗାମୀ ଖରିଫ୍‌ ଚାଷ ପାଇଁ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି କରିବ ସେଥିପାଇଁ ବ୍ୟବସ୍ଥା ଆବଶ୍ୟକ। ଏକଥା ଉପଲବ୍ଧି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷିକାର୍ଯ୍ୟ ପାଇଁ ଲକ୍‌ଡାଉନ୍‌ ବ୍ୟବସ୍ଥା କୋହଳ କରିବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ। କୃଷି ଓ କୃଷକକୁ କରୋନା ଭୂତାଣୁର ଚକ୍ରବୂ୍ୟହରେ ମୁକ୍ତ ରଖିବା ପାଇଁ ନିମ୍ନୋକ୍ତ ପ୍ରସ୍ତାବଗୁଡିକୁ ବିଚାରକୁ ନିଆଯାଇପାରେ।

  • ବର୍ତ୍ତମାନ ରବି ଋତୁ ଚାଷ ହୋଇଥିବା ବିଭିନ୍ନ ପନିପରିବାକୁ ଚାଷୀମାନେ କିପରି ଅମଳ କରି ମଣ୍ଡି ଅବା ପାଇକାରୀ ବଜାରରେ ପହଞ୍ଚାଇପାରିବେ ସେଥିପାଇଁ ରାଜ୍ୟ କୃଷି ବିଭାଗ, ସମବାୟ ବିଭାଗ ଓ ଯୋଗାଣ ବିଭାଗର ଜିଲା କର୍ମକର୍ତ୍ତାମାନେ ଏକ ଟିମ୍‌ ଗଠନ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଅନ୍ତୁ।
  • ବର୍ତ୍ତମାନ ରବି ଧାନ ଅମଳର ସମୟ। ଧାନ ଅମଳ ପରେ ଚାଷୀମାନେ ଧାନବସ୍ତା ନେଇ ପୂର୍ବପରି ଦିନ ଦିନ ଧରି ମଣ୍ଡିସ୍ଥାନରେ ଭିଡ଼ ନ ଜମାଇ ପ୍ରତି ଗଁାରେ ମଣ୍ଡି କର୍ତ୍ତୃପକ୍ଷ ପହଞ୍ଚତ୍ ଧାନ ସଂଗ୍ରହ କରନ୍ତୁ।
  • ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଦୀର୍ଘମିଆଦୀ ସମ୍ପତ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କଲେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହେବ ନାହିଁ। ଅନ୍ତତଃ ତିନି ମାସ ପାଇଁ ଏହି ନୀତିରେ କୋହଳ କରି ଏହି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ଶ୍ରମିକମାନେ ଚାଷ ଜମିରେ କାମ କରି ଚାଷୀଙ୍କୁ ସାହାଯ୍ୟ କରନ୍ତୁ। ସେମାନଙ୍କୁ ଜାତୀୟ ଗ୍ରାମୀଣ ନିଯୁକ୍ତି ପାଣ୍ଠିରୁ ମଜୁରି ଦିଆଯାଉ। ଏହା ଫଳରେ ଚାଷୀ କାମ ତ୍ୱରାନ୍ବିତ ହେବ, ଶ୍ରମିକ ମଜୁରି ପାଇବ।
  • ରବି ଧାନ ଅମଳକୁ ତ୍ୱରାନ୍ବିତ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ଥ୍ରେସର ଓ ହାରଭେଷ୍ଟର କିପରି ଗାଁରେ ପହଞ୍ଚତ୍ବ ଏବଂ ଉଚିତ୍‌ ଭଡ଼ା ନେବେ ତାହାକୁ ସରକାର ନିଶ୍ଚିତ କରନ୍ତୁ।
  • ଖରିଫ୍‌ ଚାଷ ପାଇଁ ଜମି ପ୍ରସ୍ତୁତ କରିବାକୁ ଟ୍ରାକ୍ଟର ଓ ପାଓ୍ବାର ଟିଲର ଯଥେଷ୍ଟ ସଂଖ୍ୟାରେ ଗାଁରେ ପହଞ୍ଚାଇବାର ବ୍ୟବସ୍ଥା କରିବା ସଂଗେ ସଂଗେ ସେମାନେ ଯେପରି ଅଧିକ ଭଡ଼ା ଦାବି ନ କରନ୍ତି ସେଥିପ୍ରତି ସମ୍ପୃକ୍ତ ଟିମ୍‌ ଦୃଷ୍ଟି ଦେଉ।
  • ଖରିଫ୍‍ ଚାଷ ପାଇଁ କୃଷି ଋଣର ଆଗୁଆ ବ୍ୟବସ୍ଥା ହେବା ସହିତ ଆବଶ୍ୟକ ବିହନ, ସାର, ରୋଗମରା ଔଷଧ ଚାଷୀ ପାଖରେ ଯଥା ସମୟରେ କିପରି ପହଞ୍ଚତ୍ବ ତା’ର ବ୍ୟବସ୍ଥା ହେଉ।
  • ୨୦୧୯-୨୦ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା କାଳିଆ ଯୋଜନାର କିସ୍ତି ଯଥାଶୀଘ୍ର ରାଜ୍ୟ ସରକାର ଖରିଫ୍‌ ଚାଷ ପୂର୍ବରୁ ଚାଷୀମାନଙ୍କୁ ଦିଅନ୍ତୁ। ସେଥିପାଇଁ ତ ବଜେଟ୍‌ରେ ବ୍ୟବସ୍ଥା ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ। କେନ୍ଦ୍ର ସରକାର ତ ପିଏମ୍‌ କିଷାନ ଯୋଜନା ମାଧ୍ୟମରେ ୨ ହଜାର ଟଙ୍କା ପଠାଇ ସାରିଲେଣି।
  • ଭାଗଚାଷୀମାନେ ଉଭୟ ପିଏମ୍‌ କିଷାନ ଓ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି। ସେମାନେ ଏହିପରି ଆପତ୍ତିକାଳୀନ ସ୍ଥିତିରେ କିପରି ଆର୍ଥିକ ସାହାଯ୍ୟ ପାଇବେ ତା’ର ଜରୁରୀ ବ୍ୟବସ୍ଥା ହେଉ।
  • ଚାଷ କଲାବେଳେ ଯଥା ସମ୍ଭବ କିପରି ସାମାଜିକ ଦୂରତ୍ୱ ପାଳନ କରିବେ ସେଥିପାଇଁ ଗ୍ରାମର ଓ୍ବାର୍ଡମେମ୍ବରମାନଙ୍କୁ ନେଇ ସ୍ବେଚ୍ଛାସେବୀ ଦଳ ଗଠନ କରାଯାଉ। ମାସ୍କ ବ୍ୟବହାର କରିବାକୁ ନିଶ୍ଚିତ କରାଯାଉ।

କୃଷି ଓ କୃଷକକୁ କରୋନାର ଚକ୍ରବ୍ୟୂହରୁ ସତର୍କତାର ସହ ବାହାର କରି ଆଣିଲେ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ସମ୍ଭାବନାକୁ ଟାଳିଦେଇ ପାରିବା, ଭାରତ ଜିତିବ, କରୋନା ହାରିବ।

ଏ-୫୦୨, ମୋତିବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର,
ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

ନିର୍ବାଚନୀ ‘ଭେଟି’ର ବୋଝ

୨୦୨୩ ମସିହାରେ ପାଞ୍ଚ ଗ୍ୟାରେଣ୍ଟି ବା ପ୍ରତିଶ୍ରୁତି ଦେଇ କର୍ନାଟକରେ କଂଗ୍ରେସ କ୍ଷମତାସୀନ ହେଲା। ଏହା ଥିଲା ଦଳର ନିର୍ବାଚନୀ ଇସ୍ତାହାରର ଅଂଶବିଶେଷ। ରାଜ୍ୟବାସୀ ଏହି...

କେବଳ ହିନ୍ଦୀ ନୁହେଁ

ଶିଶୁଟିଏ ଜନ୍ମ ହେବା ପରେ ତାକୁ ଯେଉଁ ଭାଷାରେ ଅଭ୍ୟସ୍ତ କରାଯାଇଥାଏ, ସେହି ଅନୁଯାୟୀ ସେ ପାରଙ୍ଗମ ହୋଇଥାଏ। ମାତୃଭାଷା ଆଧାରରେ ସେ ସଂସ୍କୃତିଗତ ପରିଚୟ...

ଏଇ ଭାରତରେ

ମୋବାଇଲ ମାୟାରେ ଏବେ ସାରା ଦୁନିଆ। ଫୋନ୍‌ ପାଇଁ କେତେବେଳେ ସମ୍ପର୍କ ଭାଙ୍ଗିଯାଉଛି ତ କେବେ ଜୀବନ ମଧ୍ୟ ଚାଲିଯାଉଛି। ଏମିତି କି ପତିପତ୍ନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri