Categories: ଗଞ୍ଜାମ

କୃଷି, ଗ୍ରାମୀଣ ମଜଦୁର ସଂଘ ସମ୍ମିଳନୀ

ବ୍ରହ୍ମପୁର ଅଫିସ୍‌,୭ା୭-ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ଗଞ୍ଜାମ ଜିଲା ସମ୍ମିଳନୀ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ସଭାପତି ରାଜେନ୍ଦ୍ର ନାଥ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ସଂଗଠନର ରାଜ୍ୟ ସମ୍ପାଦକ ବସନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ଦାସ, ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲା ପ୍ରଭାରୀ ବିଜୟ କୁମାର ପାତ୍ର, ଖୋର୍ଦ୍ଧା ଜିଲା ସଭାନେତ୍ରୀ ଶାନ୍ତିଲତା ସେଠୀ, ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍‌ ୱାର୍କସ ୟୁନିୟନ୍‌ ରାଜ୍ୟ ସମ୍ପାଦିକା ଅମିତା ସାହୁ ଓ ମଞ୍ଜୁଳା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କୃଷି ଏବଂ ଗ୍ରାମୀଣ ମଜଦୁର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ସଂଘ ଗଞ୍ଜାମ ଜିଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ରାଜେନ୍ଦ୍ର ନାୟକ ପୁନଃ ନିର୍ବାଚିତ ହୋଇଥିଲେ । ସେହିଭଳି ଉପସଭାପତି ଚପଳା ନାୟକ ଏବଂ ଅମିତା ସାହୁ, ସମ୍ପାଦକ ପ୍ରମୋଦ କୁମାର ସାହୁ, ସହ ସମ୍ପାଦକ ଟି.ରଘୁନାଥ ରେଡ୍ଡୀ ଏବଂ ରବୀନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ପ୍ରମୁଖ ନିର୍ବାଚିତ ହୋଇଥିଲେ। ଏଥି ସହ ସଂଗଠନ ବ୍ଲକସ୍ତରୀୟ କମିଟିର ନୂତନ କର୍ମକର୍ତ୍ତାଙ୍କୁ ମଧ୍ୟ ଚୟନ କରାଯାଇଥିଲା।