କେସିଙ୍ଗା,୧୦।୯(ଡି.ଏନ୍.ଏ.): ଆତ୍ମା ଯୋଜନା କଳାହାଣ୍ଡି ଆନୁକୂଲ୍ୟରେ କେସିଙ୍ଗା ବ୍ଲକର ମହିଳା ଖାଦ୍ୟ ନିରାପତ୍ତା ଦଳର ୮ଜଣ ମହିଳା ଓ ୧୭ ଚାଷୀଙ୍କୁ ବୌଦ୍ଧ ଜିଲାର ପାଲିଝରସ୍ଥିତ ନ୍ୟାସନାଲ ହର୍ଟିକଲ୍ଚରରାଲ ରିସର୍ଚ୍ଚ ଆଣ୍ଡ୍ ଡେଭଲପ୍ମେଣ୍ଟ ଫାଉଣ୍ଡେସନକୁ ୪ ଦିନିଆ ତାଲିମ ପାଇଁ ମଙ୍ଗଳବାର ପଠାଯାଇଛି। ଏହି ଶିବିରରେ ଉନ୍ନତଧରଣ ପନିପରିବା, ଛତୁ ଚାଷ ଆଦି କୃଷି ବିଷୟରେ ତାଲିମ ଦିଆଯିବ।