Categories: ଜାତୀୟ

କୃଷି ବିଧେୟକକୁ ସାରା ଦେଶରେ ବିରୋଧ

ମୋହାଲି/ପଟିଆଲା,୨୦ ।୯:କୃଷି ବିଧେୟକକୁ ନେଇ ଜୋର ଧରିଲାଣି ବିରୋଧ ପ୍ରଦର୍ଶନ । ପଞାବରେ କୃଷକଙ୍କ ପ୍ରଦର୍ଶନ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ସେଠାରେ ବିରୋଧୀ ହୁଅନ୍ତୁ ଅବା ସପକ୍ଷବାଦୀ କେବଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦଳ ବିରୋଧ ପ୍ରଦର୍ଶନ କଲେଣି । ପଞ୍ଜାବରେ ଯୁବ କଂଗ୍ରେସ କୃଷକଙ୍କ ସହ ମିଶି ଚଣ୍ଡିଗଡ଼-ଦିଲ୍ଲୀ ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ବାହାର କରିଛନ୍ତି । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇଛନ୍ତି । ଏହାପରେ ଏମାନଙ୍କୁ ହରିୟାଣା ସୀମାରେ ଅଟକାଇ ଦିଆଯାଇଛି । ଯୁବ କଂଗ୍ରେସ ଓ କୃଷକ ଦିଲ୍ଲୀ ମୁହାଁ ହୋଇଥିବା ବେଳେ ପୋଲିସ ଏମାନଙ୍କୁ ଅଟକାଇ ଦେଇଛି । ପରିସ୍ଥିତିକୁ ଦେଖି ପୂବ ର୍ରୁ ପୋଲିସ ସେଠାରେ ବାରିକେଡ ଲଗାଇଥିଲେ ମଧ୍ୟ ବିରୋଧ ପ୍ରଦର୍ଶନକାରୀ ଏହାକୁ ମାନି ନ ଥିଲେ । ଫଳରେ ପୋଲିସ ଏମାନଙ୍କ ଉପରକୁ ପାଣି ପକାଇବା ଆରମ୍ଭ କରିଥିଲା । ଅନ୍ୟପଟେ ଦିଲ୍ଲୀ ଓ ହରିୟାଣାରେ ବି କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।

Share