ଭୁବନେଶ୍ୱର,୧୦।୨(ବ୍ୟୁରୋ)- କୃଷି ବିଭାଗରେ କାର୍ଯ୍ୟରତ ଓଭରସିୟରମାନଙ୍କୁ ସହକାରୀ କୃଷି ଅଧିକାରୀ (ଏଏଓ) ଭାବେ ପଦୋନ୍ନତି ଦିଆଯାଇଛି। ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା (ନିଯୁକ୍ତି ପଦ୍ଧତି ଓ ସେବାସର୍ତ୍ତ) ନିୟମ-୨୦୧୨ ଏବଂ ସଂଶୋଧିତ ଆଇନ୍ ୨୦୧୭ର ନିୟମ-୫(୨)ଗ ଅନୁସାରେ ଏହି ନିଯୁକ୍ତି ହୋଇଛି। ଏହି ପଦୋନ୍ନତି କର୍ମଚାରୀଙ୍କ ମଧ୍ୟରେ କର୍ମପ୍ରବଣତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ଏହି ପଦୋନ୍ନତି କରାଇଥିବାରୁ ଓଡ଼ିଶା କୃଷି ଓଭରସିୟର୍ସ ଆସୋସିଏଶନର ସମ୍ପାଦକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି।