କୃଷି, ଶିଳ୍ପ, ଶ୍ରମଭିତ୍ତିକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

କେନ୍ଦୁଝର,୬ା୫(ସ୍ବ.ପ୍ର/ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ମହାମାରୀ କରୋନାର ପ୍ରତିରୋଧ ପାଇଁ ନିଆଯାଇଥିବା ପଦକ୍ଷେପର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ୍‌ ଅଫିସର ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସିଥିଲେ। ଏହି ଦୁଇ ଅଧିକାରୀ ଜିଲାର ବିଭିନ୍ନ ବ୍ଲକ୍‌ ପରିଦର୍ଶନ କରିବା ସହ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ତଦାରଖ ଓ ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲାରେ କୃଷି, ଶିଳ୍ପ ଓ ଶ୍ରମଭିତ୍ତିକ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଆଶିଷ ଠାକରେ ମହାମାରୀ କରୋନାର ପ୍ରତିରୋଧ ପାଇଁ ଜିଲା ପ୍ରଶାସନ ତରଫରୁ ନିଆଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଏସ୍‌. କୁମାର ଉଦ୍‌ବୋଧନ ଦେଇ ରବି ଫସଲର ସ୍ଥିତି ଓ ଫସଲ ସଂଗ୍ରହ ସମ୍ପର୍କରେ ସମୀକ୍ଷା କରି ଖରିଫ୍‌ ଚାଷ ପାଇଁ ଯଥାଯଥ ଯୋଜନା ଓ କୌଶଳ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଜରିଆରେ ଚାଷୀମାନେ କିପରି ଉପକୃତ ହୋଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌.ପି. ମିତ୍ରଭାନୁ ମହାପାତ୍ର, ପିଡି ଡିଆରଡିଏ ଡ. ଉଦ୍ଧବ ଚନ୍ଦ୍ର ମାଝୀ, ଅତିରିକ୍ତ ଜିଲାପାଳ ଡ.ଭକ୍ତଚରଣ ପ୍ରଧାନ, ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ନାୟକ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାଶ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ,ଏଡିପିଏଚ୍‌ଓ(ଭିବିଡି) ଡା.ଦେବେନ ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ସମୀକ୍ଷା ବୈଠକ ପୂର୍ବରୁ ଅଧିକାରୀ ଦ୍ୱୟ ଆନନ୍ଦପୁର ଏବଂ ଚମ୍ପୁଆ ଉପଖଣ୍ଡର ବିଭିନ୍ନ ବ୍ଲକ୍‌ ଗସ୍ତ କରି କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟର ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ଚମ୍ପୁଆଠାରେ ବର୍ଡର ଚେକ୍‌ ପୋଷ୍ଟ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା...

ସିଙ୍ଗାରି ଘାଟିରେ ଓଲଟିଲା ଟ୍ରାକ୍ଟର

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-କଳମପୁର ମୁଖ୍ୟ ରାସ୍ତା ସିଙ୍ଗାରି ଘାଟିରେ ରବିବାର ଏକ ଟ୍ରାକ୍ଟର ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ଟ୍ରାକ୍ଟର...

ରାମନବମୀରେ ରକ୍ତ ଦାନ କଲେ ସ୍ବେଚ୍ଛାସେବୀ

ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ପବିତ୍ର ଶ୍ରୀରାମନବମୀ ଏବଂ ଭାଜପା ଯୁବନେତା ତଥା ସାମାଜିକ କର୍ମୀ ସୀତାରାମ ପାଣିଗ୍ରାହୀଙ୍କ ରବିବାର ଜନ୍ମଦିବସ ଅବସରରେ ଏକ ରକ୍ତଦାନ ଶିବିର ଗଞ୍ଜାମ...

ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର: ମାମଲା ରୁଜୁ କଲା ପୋଲିସ 

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି.ସଞ୍ଜୟ ରେଡ୍ଡୀଙ୍କୁ ତାଙ୍କ ପଡୋଶୀ ଜି. ଡୋରା ରେଡ୍ଡୀ ଓ ତାଙ୍କ ସମ୍ପର୍କୀୟ...

ରାମନବମୀରେ କାମଧେନୁ ଗୋ-ଶାଳାର ଶିଳାନ୍ୟାସ କଲେ ମନ୍ତ୍ରୀ

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଜନଜାତି ବହୁଳ ବଡ଼ବୁରୁଡ଼ା ଗ୍ରାମ ଶବରୀ ମାତା ଆଶ୍ରମ ଆନୁକୁଲ୍ୟରେ ରବିବାର ପବିତ୍ର...

ଓଡ଼ିଆ ପକ୍ଷ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଡିଓ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ରବିବାର ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ବିଡ଼ିଓ ପୂର୍ଣ୍ଣ...

ଭାଟୁଣିଆଁରେ ୧୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବନାଞ୍ଚଳ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ନାଳ ନିକଟରେ ୧୮ଟିକିଆ ହାତୀପଲ ଦିନବେଳେ ଡେରା ପକାଇଛନ୍ତି। ଶନିବାର ସନ୍ଧ୍ୟାରେ...

କେସିଙ୍ଗା ଏନ୍‌ଏସିରେ ସଫେଇ କଲେ ଅଧ୍ୟକ୍ଷ

କେସିଙ୍ଗା,୬ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଅଧ୍ୟକ୍ଷ ନୃପରାଜ ଯାଦବ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image